www.samajalive.in
Monday, December 15, 2025
16.1 C
Bhubaneswar

ସାପୁଆରେ ଘାଇ, ଶହ ଶହ ଏକର ଚାଷଜମି ଜଳମଗ୍ନ

ଆଠଗଡ: ଗତ ସୋମବାର ଓ ମଙ୍ଗଳବାର ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଆଠଗଡ ମଧ୍ୟଦେଇ ଯାଇଥିବା ସାପୁଆ ଓ କଣ୍ଟିଆ କ୍ଷୁଦ୍ରନଦୀ ଦ୍ୱୟରେ ଆସିଥିବା ବନ୍ୟାରେ ଏକାଧିକ ଘାଇ ସୃଷ୍ଟି ହୋଇ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ବିଶେଷକରି ଆଠଗଡ ବ୍ଲକର ରାଜନଗର ପଞ୍ଚାୟତ ଅନ୍ତର୍ଗତ ତଇଳାମାଳ ନିକଟରେ ସାପୁଆ ଓ କଣ୍ଟିଆ ନଦୀ ଦ୍ୱୟର ସଙ୍ଗମ ସ୍ଥଳରେ ୫୦ଫୁଟର ଘାଇ ସୃଷ୍ଟି ହେବା ଫଳରେ ତଇଲାମାଳ, ଗରିଆପାଟ, ରାଜନଗର ଓ ଅନ୍ୟ ଗ୍ରାମାଞ୍ଚଳର ଶହ ଶହ ଏକର ଧାନଚାଷ ଓ ପରିବା ଫସଲ ଲାଗିଥିବା ଜମି ୫ଦିନ ହେଲା ଜଳମଗ୍ନ ହୋଇ ରହିଥିବାରୁ ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ରାନ୍ତ ପରିଶ୍ରମ କରିଥିବା ଚାଷୀବାପୁଡା ଫସଲହାନୀ ହୋଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଏଥିସହିତ ଏହି ଘାଇ ସୃଷ୍ଟି ହେବା ଦ୍ୱାରା ତଇଲାମାଳ ରାସ୍ତାରେ ଯାତାୟତ ସମ୍ଭବପର ହେଉନଥିବାରୁ ଚାଷୀମାନେ ନିଜ ଚାଷଜମିକୁ ମଧ୍ୟ ଯାଇପାରୁନାହାଁନ୍ତି। ଏବେ ମହାନଦୀ ବଢୁଥିବାରୁ ପରିସ୍ଥିତି ସେଠାରେ ଆହୁରି ସଙ୍ଗୀନ ହେବା ଆଶଙ୍କାରେ ଚାଷୀକୂଳ ଭୟ ଓ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। କୃଷି ଓ ଉଦ୍ୟାନକୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବାଲାଗି ଦାବି ହେଉଛି। ତା ଛଡା ଘାଇ ଦ୍ୱାରା କ୍ଷତିଗ୍ରସ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ମଧ୍ୟ ରାଜନଗର ସରପଞ୍ଚ ମହେନ୍ଦ୍ର କୁମାର ପରିଡା ଓ ପଞ୍ଚାୟତର ଚାଷୀମାନେ ଦାବି କରିଛନ୍ତି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories