www.samajalive.in
Friday, December 12, 2025
14.1 C
Bhubaneswar

ଜାତୀୟ ସଦ୍‍ଭାବନା ଦିବସରେ ଶପଥ ପାଠ

ଆଠଗଡ: ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜାତୀୟ ସଦ୍‍ଭାବନା ଦିବସ ପାଳନ ସହିତ କର୍ମଚାରୀମାନେ ଶପଥ ପାଠ କରିଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉଦ୍‍ବୋଧନ ଦେଇ ଜାତି, ଧର୍ମ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ସଦ୍‍ଭାବ ଓ ଭାବନାତ୍ମକ ଏକତା ନିମନ୍ତେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ଯୋଗଦେଇଥିବା କର୍ମଚାରୀମାନେ ଜାତୀୟ ଏକତା, ଜାତୀୟ ସଂହତି ରଖିବା ସହ ନିଜ ନିଜ ମଧ୍ୟରେ ମତଭେଦକୁ ଆପୋଷ ଆଲୋଚନା ମାଧ୍ୟମରେ ଅହିଂସା ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ପାଇଁ ଶପଥପାଠ କରିଥିଲେ। ଡେପ୍ୟୁଟି ଜିଲ୍ଲାପାଳ ପ୍ରିୟବ୍ରତ ଦାସ ଓ ସାରଦାକାନ୍ତି ଦଳାଇ, ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପାରମିତା ପୃଷ୍ଟିଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories