www.samajalive.in
Friday, December 12, 2025
23.1 C
Bhubaneswar

ରାଧାଗୋବିନ୍ଦ ଜୀଉଙ୍କ ଝୁଲଣ ଯାତ୍ରା ଆରମ୍ଭ

ଆଠଗଡ: ଆଠଗଡର ବହୁ ପ୍ରାଚୀନ ରାଧାଗୋବିନ୍ଦ ଦେବଙ୍କ ଝୁଲଣ ଯାତ୍ରା ଗତ ମଙ୍ଗଳବାରଠାରୁ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ଆରମ୍ଭ ହୋଇଛି। ଆସନ୍ତା ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ୭ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀବଳରାମ ଓ ଦେବୀ ଶ୍ରୀରାଧାଙ୍କୁ ଝୁଲଣ କୁଞ୍ଜରେ ବସାଇ ପଞ୍ଚ ଉପଚାରରେ ପୂଜା କରାଯାଇ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରିବା ପରେ ଶ୍ରୀଦେବ ଝୁଲଣ କୁଞ୍ଜରେ ଝୁଲିଥାନ୍ତି ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ କଳାକାରମାନେ ଭଜନ ପରିବେଷଣ କରିଥାନ୍ତି। ଏହି ଉପଲକ୍ଷେ ରାଧାଗୋବିନ୍ଦ ମନ୍ଦିରକୁ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯାଇଛି। ପୂଜକ ସୁବାଷ ଚନ୍ଦ୍ର ପଣ୍ଡା ଓ ନିରୋଦ ପଣ୍ଡା ଶ୍ରୀଜୀଉଙ୍କର ସମସ୍ତ ନୀତିକାନ୍ତି ସଂପନ୍ନ କରୁଛନ୍ତି। ଦେବତ୍ତୋର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ଯାତ୍ରା ପରିଚାଳନାରେ ଦେବତ୍ତୋର ବିଭାଗ ସହକାରୀ ଭବାନୀ ଶଙ୍କର ପଣ୍ଡା ପରିଚାଳନା କରୁଛନ୍ତି।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories