BJD Bijuli 480×75 Mob

ହଜାର ହଜାର ସମର୍ଥକଙ୍କ ଗହଣରେ ସ୍କୁଟର ଚଳାଇ ଆସି ରଣେନ୍ଦ୍ର ଦାଖଲ କଲେ ପ୍ରାର୍ଥୀପତ୍ର

BJD Bijuli 480×75 Mob

ଗୁରୁଡିଝାଟିଆ: ଆଠଗଡ ବିଧାନସଭା କ୍ଷେତ୍ର ପାଇଁ ଅଷ୍ଟମ ଥର ଲାଗି ବିଧାୟକ ହେବା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପୂର୍ବାହ୍ନରେ ପ୍ରଭୂ ଧବଳେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା ପୂର୍ବକ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ବାଇକ ଶୋଭାଯାତ୍ରାରେ କୁଷ୍ପଙ୍ଗି ଜଗନ୍ନାଥ ମନ୍ଦିର ପାଖରୁ ବାହାରି ବାଳି, ଓରନ୍ଦା,କପୁରସିଂ ,ଖୁଣ୍ଟୁଣୀ, ଭୋଗରା, ତୋଟାପଡା, କୁଲାଇଲୋ,ଦୋରଡ, ହେମମାଳପୁର ଦେଇ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୧ଟା ୩୦ ମିନିଟରେ ପହଞ୍ôଚଥିଲେ ରଣେନ୍ଦ୍ର। ୯୦ ଦଶକରେ ଆଠଗଡକୁ ପ୍ରଥମଥର ପାଇଁ ନିଜର କର୍ମସ୍ଥଳୀ ଭାବରେ ଗ୍ରହଣ କରିନେଇଥିଲେ। ସେବେଠାରୁ ଆଠଗଡରେ ନିଜକୁ ଜନସେବାରେ ତଲ୍ଲିନ କରିଛନ୍ତି। ୯୦ ଦଶକରେ ବ୍ୟବହାର କରୁଥିବା ସ୍କୁଟରକୁ ରଣେନ୍ଦ୍ର ଆଜି ଦୀର୍ଘ ୨୫ କିମି ନିଜ ସାଥିମାନଙ୍କ ଗହଣରେ ଚଳାଇ ଆଠଗଡରେ ପହଞ୍ôଚଥିବା ଦେଖାଯାଇଥିଲା। ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ସମର୍ଥକ ଓ ମହିଳାମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଆଠଗଡ ମହୋତ୍ସବ ପଡିଆ ଏକ ପ୍ରକାର ଜନସମୁଦ୍ରରେ ପରିଣତ ହୋଇଥିଲା। ବାଟରେ ବିଭିନ୍ନ ସ୍ଥାନରେ ରଣେନ୍ଦ୍ରଙ୍କୁ ଉଚ୍ଛ୍ୱସିତ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। କପୁରସିଂ ନିକଟରେ ବ୍ରାହ୍ମଣବସ୍ତ,ବିଷ୍ଣୁପୁର ଗାଁର ଶତାଧିକ ମହିଳା ଶୁଭ ମନାଷୀ ବନ୍ଦାପନା କରିଥିଲେ ରଣେନ୍ଦ୍ରଙ୍କୁ। ବାଳି ଠାକୁରାଣୀ ,ସୀତାରାମପୁର ହନୁମାନ ମନ୍ଦିର,କୁଲାଇଲୋସ୍ଥିତ ହନୁମାନ ମନ୍ଦିରରେ ମଧ୍ୟ ରଣେନ୍ଦ୍ର ମୁଣ୍ଡିଆ ମାରିଥିଲେ। ଆଜିର ପ୍ରାର୍ଥୀପତ୍ର ମନୋନୟନ ଶୋଭାଯାତ୍ରାରେ ଦଳୀୟ ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର, ଆଠଗଡ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଯୁବନେତା ତଥା ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ,ମନ୍ତ୍ରୀ ଶ୍ରୀ ସ୍ୱାଇଁ ଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି, ଯୁବ,ମହିଳା ଓ ଛାତ୍ର ବିଜେଡିର ହଜାର ହଜାର ସମର୍ଥକ ଓ କର୍ମୀ ଯୋଗଦେଇଥିଲେ।

Comments are closed.