www.samajalive.in
Monday, December 15, 2025
17.1 C
Bhubaneswar

ଆଠଗଡ ଉପଖଣ୍ଡରେ କରୋନାସ୍ଥିତି ଉଦ୍‌ବେଗ ଜନକ: ଗୋଟିଏ ଦିନରେ ୨୦ଆକ୍ରାନ୍ତ ଚିହ୍ନଟ, ୨ମୃତ

ଆଠଗଡ: ଦେଶ ଓ ରାଜ୍ୟରେ ଯେପରି କରୋନା ସଂକ୍ରମଣ କାୟା ବିସ୍ତାର କରିଚାଲିଛି ସେହିପରି ଆଠଗଡ ଉପଖଣ୍ଡରେ ମଧ୍ୟ ଏହା ଉଦ୍ବେଗ ଜନକସ୍ଥିତି ସୃଷ୍ଟି କଲାଣି। ଗୁରୁବାର କେବଳ ଆଠଗଡ ବ୍ଲକ ଓ ଏନଏସିରୁ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଜଣାପଡିଛି। ଆଠଗଡ ବ୍ଲକର ଜୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ପାଇକରାପୁର ଗ୍ରାମର ଖୁଣ୍ଟୁଣୀ ବନାଞ୍ଚଳରେ ବନରକ୍ଷୀ ଭାବେ କାର୍ଯ୍ୟରତ ଅକ୍ଷୟ ପ୍ରଧାନ (୨୬) ଗୁରୁବାର ଏବଂ ଓରନ୍ଦାସ୍ଥିତ ଶମ୍ଭେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଗତସିଂହପୁର ଅଞ୍ଚଳର ଯତିନ୍ଦ୍ର ପରିଡା ନାମକ ବ୍ୟକ୍ତି ବୁଧବାର ମୃତ୍ୟୁବରଣ କରିଥିବା ଜଣାପଡିଛି। ବନରକ୍ଷୀ ଅକ୍ଷୟ କରୋନା ଆକ୍ରାନ୍ତ ହୋଇ ଗୁରୁତ୍ୱର ହୋଇପଡିବାରୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ସ୍ଥାନାନ୍ତରିତ ହୋଇ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସେହିପରି ଶିକ୍ଷକ ଯତିନ୍ଦ୍ରନାଥ ଗତ ୫ଦିନ ପୂର୍ବରୁ କଟକ ଯାଇ ଚିକିତ୍ସାଧିନ ଥିବାବେଳେ ବୁଧବାର ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲେ।
ଗୁରୁବାର ଆଠଗଡ ଡାକ୍ତରଖାନାରେ ମୋଟ ୫୦ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୬ଜଣ ଏବଂ ବ୍ରହ୍ମପୁର ସିଏଚସିରେ ୩୩ଜଣଙ୍କର ପରୀକ୍ଷଣରୁ ୪ଜଣଙ୍କୁ ମିଶାଇ ମୋଟ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଠଗଡ ଡାକ୍ତରଖାନାରେ ଚିହ୍ନଟ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ଏନଏସି ଅଞ୍ଚଳର ୩ଜଣ, ବ୍ଲକ ଅଞ୍ଚଳର ୧୨ଜଣ ଏବଂ ଅନ୍ୟ ବ୍ଲକର ଜଣେ ରହିଛନ୍ତି। ଆଠଗଡ ଏନଏସିର ମେଡିକାଲ ଛକ ନିକଟରେ ୩୩ବର୍ଷ ବୟସ୍କ ପୁରୁଷ ଓ ୩୩ବର୍ଷ ବୟସ୍କ ମହିଳା ଚିହ୍ନଟ ହୋଇଥିବାବେଳେ ବୀରକିଶୋରପୁର ଅଞ୍ଚଳର ୪୦ବର୍ଷ ବୟସ୍କା ମହିଳା ରହିଛନ୍ତି। ପାଇକରାପୁର ଗ୍ରାମର ୨୮ବର୍ଷ, ୪୩ବର୍ଷ, ୧୫ବର୍ଷ, ୧୧ବର୍ଷ ବୟସ୍କ ୪ଜଣ ପୁରୁଷ, ଚେରେଇପାଟଣାର ୨୫ବର୍ଷ ବୟସ୍କା ମହିଳା, କଅଁସରର ୧୯ବର୍ଷ ବୟସ୍କ ମହିଳା, ରାଜା ଆଠଗଡର ୨୧ବର୍ଷ ବୟସ୍କା ଓ ଅନ୍ୟ ଜଣେ ମହିଳା, ସଠିଲୋର ୩୦ବର୍ଷ ବୟସ୍କ ମହିଳା, ତୋଟାପଡାର ୪୧ବର୍ଷ ବୟସ୍କ ପୁରୁଷ, ମଥୁରାପୁରର ୫୫ବୟସ୍କ ପୁରୁଷ, ବେଣ୍ଟପଦା ମାନପୁରର ୩୦ବର୍ଷ ବୟସ୍କା ମହିଳା ଏବଂ ତାଳଚେର ହାଟତୋଟାର ୨୭ବର୍ଷ ବୟସ୍କା ମହିଳା କରୋନା ଆକ୍ରାନ୍ତ ଥିବା ପରୀକ୍ଷଣରୁ ଜଣାପଡିଛି। ଏହି ସମସ୍ତ ଆକ୍ରାନ୍ତଙ୍କୁ ନିଜ ଘରେ ଏକାନ୍ତବାସରେ ରହି କୋଭିଡ ନିୟମ ପାଳନ କରିବା ସଙ୍ଗେ ସଙ୍ଗେ ଚିକିତ୍ସା କରାଇବା ଲାଗି ଡାକ୍ତରଖାନା ପକ୍ଷରୁ ପରାମର୍ଶ ଦିଆଯିବା ସହ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯାଇଛି। ଆଠଗଡ ବ୍ଲକ ଓ ଏନଏସିରେ ମାର୍ଚ୍ଚମାସରୁ ଅଦ୍ୟାବଧି କେବଳ ଆଣ୍ଟିଜେନ ପରୀକ୍ଷଣରୁ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆରଟିପିସିଆର ପରୀକ୍ଷାରୁ ପ୍ରାୟ ୩୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏବେସୁଦ୍ଧା ୮୦ରୁ ଉର୍ଦ୍ଧ ସୁସ୍ଥ ହୋଇଥିବା ଜଣାପଡିଛି।


ଆଠଗଡ ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ବୈଦ୍ୟୁତିକ ସରଞ୍ଜାମ ମରାମତି ଦୋକାନକୁ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ ସିଲ କରିଦିଆଯାଇଥିବା ଜଣାପଡିଛି। ଗୁରୁବାର ସକାଳ ପ୍ରାୟ ୧୦ଟା ବେଳେ ଜେଲରୋଡ୍ରେ ଥିବା ସାଇସୁଧା ବୈଦ୍ୟୁତିକ ସରଞ୍ଜାମ ମରାମତି ଦୋକାନରେ ୬ରୁ ଊର୍ଦ୍ଧ୍ବ ଗ୍ରାହକ ଓ ନିଜେ ଦୋକାନ ମାଲିକ ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିନଥିବା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ଓ ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ ସଂପୃକ୍ତ ଦୋକାନୀକୁ କୋଭିଡ ନିୟମ କାହିଁକି ପାଳନ କରୁନାହଁ ବୋଲି ପଚାରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ତୁରନ୍ତ ଉକ୍ତ ଦୋକାନକୁ ସିଲ କରିବା ପାଇଁ ତାଙ୍କ କର୍ମଚାରୀଙ୍କୁ ପଠାଇବା ପରେ ସେମାନେ ଦୋକାନଟିକୁ ୭ଦିନ ପାଇଁ ସିଲ କରିଥିଲେ। ଆସନ୍ତା କାଲିଠାରୁ ସମସ୍ତ ବଜାର ଅଞ୍ଚଳ ଯାଞ୍ଚ କରି କୋଭିଡ ନିୟମ ଉଲ୍ଲଙ୍ଘନକାରୀ ବ୍ୟବସାୟୀଙ୍କୁ ଜୋରିମନା କରିବା ସହ ସେମାନଙ୍କର ବ୍ୟବସାୟୀକ ପ୍ରତିଷ୍ଠାନକୁ ସିଲ କରିବା ଲାଗି ଉପଜିଲ୍ଲାପାଳ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories