ଆଠଗଡ : ଲଘୁଚାପ ପ୍ରଭାବରେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଆଠଗଡ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୧୨ ଟାରୁ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ସାଙ୍ଗକୁ ତୁହା କୁ ତୁହା ବଜ୍ରପାତ ହୋଇଥିଲା। ଫଳରେ ଆଠଗଡ ଥାନା ସମେତ ବହୁ ଲୋକଙ୍କ ଘରେ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା। ଏହି ବଜ୍ରପାତରେ ଆଠଗଡ ଥାନାରେ ଲାଗିଥିବା ଏକ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର, ୪ଟି ପଂଖା , କମ୍ପ୍ୟୁଟର , ସିସିଟିଭି କ୍ୟାମେରା ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ମାତ୍ର ଉପସ୍ଥିତ ଥିବା କର୍ମଚାରୀଙ୍କର କୌଣସି କ୍ଷତି ହୋଇନାହିଁ । ସେହିପରି ଏହି ବଜ୍ରପାତ ଫଳରେ ଆଠଗଡ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅନେକ ଲୋକଙ୍କ ଘରେ ଲାଗିଥିବା ବହୁ ବୈଦ୍ୟୁତିକ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି ।
Popular Categories



