www.samajalive.in
Tuesday, December 9, 2025
16.1 C
Bhubaneswar

ତଇଲାମାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପଥରବନ୍ଧ ଧସିଲା

ଆଠଗଡ: ଆଠଗଡ ବ୍ଲକ ରାଜନଗର ପଞ୍ଚାୟତ ଅନ୍ତର୍ଗତ ତଇଲାମାଳ ଠାରେ ସାପୁଆନଦୀ ଉପରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପଥର ବନ୍ଧଟି ପ୍ରଥମ ବନ୍ୟାଜଳ ପ୍ରବାହିତ ହେବା ବେଳେ ଧସି ଯାଇଥିବା ଜଣାପଡିଛି । ପ୍ରାୟ ୪୦ବର୍ଷ ତଳେ ନିର୍ମିତ ଉକ୍ତ ପଥର ବନ୍ଧଟି ଦୁର୍ବଳ ଅବସ୍ଥାରେ ରହିଥିବାରୁ ସେଥିରେ ମଝିରେ ମଝିରେ ସାମାନ୍ୟ ମରାମତି କରାଯାଇଥାଏ । ଗତ ବନ୍ୟାରେ ଉକ୍ତ ବନ୍ଧର ପ୍ରାୟ ୨୦ମିଟର ଦୈର୍ଘ୍ୟର ପଥରବନ୍ଧ ଧସିଯାଇଥିଲା ଏବଂ ତାହା ଡିସେମ୍ବର ମାସରେ ମରାମତି କରାଯାଇଥିଲା । ଏବେ ପୁଣି ୪୦ମିଟର ବିଶିଷ୍ଟ ଉକ୍ତ ବନ୍ଧର ୩୦ ମିଟର ପଥରବନ୍ଧ ଧସି ଯାଇଥିବାରୁ ଅନାବୃଷ୍ଟି ସମୟରେ ଜମିକୁ ଜଳସେଚନ ସମସ୍ୟା ହେବ ବୋଲି ଚାଷୀକୁଳ ଆଶଙ୍କା ପ୍ରକାଶ କରିଛନ୍ତି ।

ବନ୍ଧ ଭାଙ୍ଗିଥିବା ଯୋଗୁ ନଦୀର ଜଳପତନ କମ ରହୁଥିବାରୁ କ୍ଷୁଦ୍ର କେନାଲରେ ଜଳ ପ୍ରବାହିତ ହୋଇ ପାରିବ ନାହିଁ । ଉକ୍ତ ପ୍ରକଳ୍ପ ଦ୍ୱାରା ରାଜନଗର, ମେଘା ଓ କଟକିଆସାହି ପଞ୍ଚାୟତ ପ୍ରାୟ ୫୦୦ଏକର ଚାଷଜମି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଳସେଚିତ ହୋଇଥାଏ । ୪୦ବର୍ଷ ପୂରାତନ ଏହି ନଦୀବନ୍ଧଟି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବାରୁ ଏହାକୁ ସୁଦୃଢିକରଣ କରାଯିବା ସହ ଏହାର ନିର୍ମାଣ ଶୈଳୀରେ ପରିବର୍ତ୍ତନ ଲାଗି ସେହି ୩ଟି ପଞ୍ଚାୟତର ଚାଷୀମାନେ ଦାବି କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବା ପାଇଁ ରାଜନଗର, ମେଘା ଓ କଟକିଆ ସାହି ଚାଷୀକୁଳ ନିବେଦନ କରିଛନ୍ତି । ଆଠଗଡ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ବେହେରାଙ୍କୁ ଏ ସଂପର୍କରେ ପଚାରିବାରୁ ସେ ଖୁବ୍‍ଶୀଘ୍ର ବନ୍ଧ ଧସିବା ଘଟଣା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ମରାମତି ଅବା ନବୀକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories