ଆଠଗଡ ଡାକ୍ତରଖାନାରେ ପୁଣି ମାଗଣା ଟିକାକରଣ ଆରମ୍ଭ 

ଆଠଗଡ: କରୋନା ସଂକ୍ରମଣର ଚତୁର୍ଥ ଲହର ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଟିକାକରଣକୁ ଅଗ୍ରାଧିକାର ଦେବା ଲାଗି ବନ୍ଦ ହୋଇଯାଇଥିବା ମାଗଣା ଟୀକାକରଣ ବ୍ୟବସ୍ଥାକୁ କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକ୍ରମେ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଗତ ଶୁକ୍ରବାରଠାରୁ ୧୮-୫୯ବର୍ଷ ବୟସ୍କଙ୍କ ପାଇଁ ପ୍ରିକସନ ଡୋଜ ବା ବୁଷ୍ଟର ମାତ୍ରା ଟିକା ସହିତ ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇନଥିବା ଲୋକଙ୍କୁ ମଧ୍ୟ ମାଗଣାରେ ଟିକାକରଣ ଆରମ୍ଭ ହୋଇଛି । ଆସନ୍ତା ୭୫ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଶୁକ୍ରବାର ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ମୋଟ ୨୦୭ଜଣଙ୍କ ମଧ୍ୟରୁ ୯୭ଜଣଙ୍କୁ ବୁଷ୍ଟର ଡୋଜ ଏବଂ ୧୧୦ଜଣଙ୍କୁ ପ୍ରଥମ ଓ ୨ୟ ଡୋଜ ଟିକା ଦିଆଯାଇଛି । ସେହିପରି ଶନିବାର ମୋଟ ୨୪୯ଙ୍କ ମଧ୍ୟରୁ୨୩୮ଜଣଙ୍କୁ ବୁଷ୍ଟର ଡୋଜ ଏବଂ ୧୧ଜଣଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ଦିଆଯାଇଥିବା ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପଞ୍ଜୀକରଣ କରୁଥିବା ଲୋକଙ୍କୁ ଏହି ଟିକା ଦିଆଯାଉଛି ବୋଲି ଡାକ୍ତରଖାନା ପରିଚାଳକ ପୂଜାଲିନ ମିଶ୍ର ପ୍ରକାଶ କରିଛନ୍ତି ।

kalyan agarbati

Comments are closed.