www.samajalive.in
Tuesday, December 9, 2025
15.1 C
Bhubaneswar

ଅଟଳ ବିହାରୀ ବାଜପେୟୀ ଏବଂ ଓଡ଼ିଶା

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ଏମ୍ସରେ ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିବା ସହିତ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ରାଜ୍ୟ ସରକାର ଆସନ୍ତାକାଲି ଶୁକ୍ରବାର ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି।
ଦେଶର ଏହି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ସହିତ ନିବିଡ଼ ସଂପର୍କ ଥିଲା। ଓଡ଼ିଶାର ବିକାଶ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ। ୨୦୦୩ ଜୁଲାଇ ୧୫ ତାରିଖରେ ସେ ଭୁବନେଶ୍ୱରରେ ଏମ୍ସର ଶିଳାନ୍ୟାସ କରିଥିଲେ। ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଦେଶରେ ଯେଉଁ ଛଅଟି ନୂଆ ଏମ୍ସ ସ୍ଥାପନ କରିବାର ନିଷ୍ପତ୍ତି ନେଇଥିଲେ ସେଥିରେ ଭୁବନେଶ୍ୱରରେ ଏମ୍ସ ସ୍ଥାନ ପାଇଥିଲା। ସେହିପରି ୨୦୦୦ ମଇ ୨୪ ତାରିଖରେ ଅଟଳ ବିହାରୀ ବାଜପେୟୀ ପାରାଦ୍ୱୀପଠାରେ ଭାରତୀୟ ତୈଳ ନିଗମ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପୂର୍ବତଟ ରେଳବାଇ ସ୍ୱତନ୍ତ୍ର ରେଳବାଇ ଜୋନର ମାନ୍ୟତା ପାଇବା ସହିତ ଭୁବନେଶ୍ୱରରେ ଏହାର ମୁଖ୍ୟାଳୟ ଖୋଲିଥିଲା। ବାଜପେୟୀଙ୍କ ସ୍ୱପ୍ନର ପରିଯୋଜନା ‘ସୁବର୍ଣ୍ଣ ଚତୁର୍ଭୁଜ’ ଅଧୀନରେ ଓଡ଼ିଶାରେ ପ୍ରାୟ ୪୦୦ କିଲୋମିଟର ରାଜପଥ ନିର୍ମାଣ କରାଯାଇଥିଲା। ଯାହା ବ୍ରହ୍ମପୁରରୁ ବାଲେଶ୍ୱର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା।
ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଭୂପୃଷ୍ଠ ପରିବହନ ରାଷ୍ଟ୍ର ମନ୍ତ୍ରୀ ଥିବା ଦେବେନ୍ଦ୍ର ପ୍ରଧାନ, ଏହି  ‘ସୁବର୍ଣ୍ଣ ଚତୁର୍ଭୁଜ’ ପ୍ରକଳ୍ପ ଦ୍ୱାରା ଓଡ଼ିଶା ବେଶ ଲାଭବାନ ହୋଇଛି ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ବର୍ଷ ଧରି କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ମତ ବ୍ୟକ୍ତ କରିଛନ୍ତି।
ସେହିପରି ବର୍ତ୍ତମାନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ଜୁଏଲ ଓରାମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହିଁ ସ୍ୱତନ୍ତ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଗଠନ କରିଥିଲେ ଏବଂ ତାଙ୍କୁ ସେହି ମନ୍ତ୍ରାଳୟର ପ୍ରଥମ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା। ଏବେ ମୋଦୀ ସରକାରରେ ମଧ୍ୟ ସେ ସେହି ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଦାୟୀତ୍ୱ ସଂପାଦନ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories