www.samajalive.in
Sunday, December 14, 2025
19.1 C
Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ଅବସରରେ ଦେଶବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଆଜି ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ୯୭ତମ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଦିଲ୍ଲୀସ୍ଥିତ ତାଙ୍କ ସମାଧି ‘ସଦୈବ ଅଟଳ’ରେ ପୁଷ୍ପାଞ୍ଜଳି ଅର୍ପଣ ସହ ଏହି ଦିନଟିକୁ ସୁ-ଶାସନ ଦିବସ ରୂପେ ପାଳନ କରାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍‍ ବିର୍ଲା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଓ ଅନେକ କେନ୍ଦ୍ରମନ୍ତ୍ରୀ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ସମାଧି ସଦୈବ ଅଟଳ ଠାରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧା ସୁମନ ଅର୍ପଣ କରି କହିଛନ୍ତି ଦେଶ ପ୍ରତି ବାଜପେୟୀଙ୍କ ସେବା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ। ସେ କହିଛନ୍ତି, ବାଜପେୟୀ ତାଙ୍କ ସାରା ଜୀବନ ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ସମର୍ପଣ କରିଥିଲେ। ତାହାର ପ୍ରଭାବ କୋଟି କୋଟି ଭାରତୀୟ ଅନୁଭବ କରୁଛନ୍ତି।

- Advertisement -

ସ୍ବର୍ଗତ ବାଜପେୟୀ ଲୋକସଭାକୁ ୧୦ଥର ଏବଂ ରାଜ୍ୟସଭାକୁ ୨ ଥର ନିର୍ବାଚିତ ହୋଇଥିଲେ। ସେ ଜଣେ ବିଚକ୍ଷଣ ସାଂସଦ ଥିଲେ ଏବଂ ତାଙ୍କ ଉପରେ ଲୋକମାନଙ୍କର ଅତୁଟ ଭରସା ରହିଥିଲା। ପ୍ରଧାନମନ୍ତ୍ରୀ ଭାବରେ ଦେଶ ଗଠନରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥିବା ବେଳେ ତାଙ୍କ ସାହସିକ ପଦକ୍ଷେପ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥାକୁ ମଜୁବତ କରାଯାଇ ବିକାଶ କ୍ଷେତ୍ର ତ୍ୱରାନିତ ହୋଇପାରିଥିଲା।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories