ବଡ଼ଦିନ ଗଛ ହୁଏ ପୁନଃଚକ୍ରଣ
ଡିସେମ୍ବର ୨୫, ବଡ଼ଦିନ। ଇଉରୋୀୟ, ଆମେରିକୀୟ ରାଷ୍ଟ୍ରରେ ଏହିଦିନ ପାଇଁ ଏବେଠାରୁ ଲୋକଙ୍କ ମନରେ ଉତ୍ସୁକତା ଦେଖାଦେଲାଣି। ପୂରା ବର୍ଷ ସେମାନେ ଏଇ ବଡ଼ଦିନ ସମୟକୁ ଅପେକ୍ଷା କରି ରହିଥାନ୍ତି। ଶୀତର ଆସର ସହ ଖ୍ରୀଷ୍ଟମାସ, ନୂଆ ବର୍ଷ ପାଳନକୁ ବେଶ୍ ଆଡ଼ମ୍ବରରେ ସ୍ଥାନୀୟ ଲୋକ ପାଳନ କରନ୍ତି। ପାଶ୍ଚାତ୍ୟ ଦେଶରେ ଗରିବରୁ ଧନୀ, ସମସ୍ତେ ଏହି ସମୟରେ ଘରେ ବଡ଼ଦିନ ଗଛଟେ ଆଣି ନିଶ୍ଚୟ ସଜାଇବେ। ଘରେଘରେ ପ୍ରତିଯୋଗିତା ଚାଲେ କହିଲେ ଚଳେ, କିଏ…କେଉଁଭଳି ଭାବେ ବଡ଼ଦିନ ଗଛକୁ ସଜାଇ ପାରୁଛି? ଧନିକ ଗୋଷ୍ଠୀର ଲୋକ ଦାମୀ ଧାତୁ ଯେପରି ହୀରା ଖଚିତ ବଲ୍, ମୋତିର ହାର ଓ ସୁନା-ଚାନ୍ଦିର ବଲ୍ ଲଗାଇ କ୍ରିସ୍ମାସ୍ ଗଛକୁ ସଜାନ୍ତି। କେତେଜଣ ମଧ୍ୟ ଭଳିକିଭଳି ଚକୋଲେଟ୍୍ରେ ଏହି ଗଛ ସଜାନ୍ତି। ନୂଆବର୍ଷ ଶେଷ ହେବା ପର୍ଯ୍ୟନ୍ତ ଲୋକଙ୍କ ମନରେ ବଡ଼ଦିନ ଗଛ ସାଜସଜ୍ଜାକୁ ନେଇ ଉତ୍ସୁକତା ଦେଖାଦିଏ। ଏହା ପରେ କିନ୍ତୁ ସେହି ସୁସଜ୍ଜିତ ଗଛଟି କୌଣସି କାମରେ ଆସେନାହିଁ। ଇଉରୋପୀୟ ଲୋକେ ଗୋଟିଏ ଗଛ କିଣି ବର୍ଷ ପରେ ବର୍ଷ ବଡ଼ଦିନରେ ସେଇ ଗଛକୁ ସଜାଇବାକୁ ପସନ୍ଦ କରନ୍ତିନି। ତେବେ, ସେହି ପୁରୁଣା ବଡ଼ଦିନ ଗଛର କ’ଣ ହୁଏ? ସେସବୁର ପୁନଃଚକ୍ରଣ କରାଯାଏ। କ’ଣ ହୁଏ, ଚାଲନ୍ତୁ ଜାଣିବେ।
– ପୋଲାଣ୍ଡ, ଆୟରଲାଣ୍ଡ ଆଦି ରାଷ୍ଟ୍ରରେ ଜନସାଧାରଣଙ୍କୁ ପ୍ଲାଷ୍ଟିକ୍ ବଡ଼ଦିନ ଗଛ ପରିବର୍ତ୍ତେ ସବୁଜ ଗଛ କିଣିବାକୁ ପ୍ରଶାସନ ଉପଦେଶ ଦିଏ। ଲୋକେ ନିଜ ଆୟକୁ ଦେଖି ଗଛ କିଣନ୍ତି। ଅନ୍ୟ ଏକ ମୁଖ୍ୟ କଥା ହେଉଛି ସବୁଜ ଗଛକୁ ପୁନଃଚକ୍ରଣ କରିବା ସହଜ କିନ୍ତୁ ପ୍ଲାଷ୍ଟିକ୍ ଗଛ ପ୍ରଦୂଷଣକୁ ବଢ଼ାଇଥାଏ।
– ପାଶ୍ଚାତ୍ୟ ଦେଶ ଇଂଲଣ୍ଡର ନିୟମ ଅନୁସାରେ, ସବୁଜ ବଡ଼ଦିନ ଗଛକୁ କୌଣସି ଦାତବ୍ୟ ଅନୁଷ୍ଠାନକୁ ଦାନ କରିପାରିବେ।
– ନଚେତ୍ ଗଛକୁ କାଟି ସେଗୁଡ଼ିକର ଶାଖା, ପ୍ରଶାଖାକୁ ଫାୟାର୍ ପ୍ଲେସ୍ରେ ଲୋକେ ବ୍ୟବହାର କରନ୍ତି।
– ଯେଉଁମାନେ ଗଛକୁ ଖାଦ୍ୟଦ୍ରବ୍ୟ ଯେପରି ଚକୋଲେଟ୍, କେକ୍ ଆଦିରେ ସଜାନ୍ତି, ସେମାନେ ନିକଟସ୍ଥ ଚିଡ଼ିଆଖାନାରେ ବଡ଼ଦିନ ଗଛକୁ ଦାନ କରନ୍ତି। ପଶୁପକ୍ଷୀମାନଙ୍କ ଭୋଜନରେ ଏଗୁଡ଼ିକୁ ବ୍ୟବହାର କରାଯାଏ।
– ବିଦେଶରେ ମାଛଚାଷୀମାନେ ଏଇ ବଡ଼ଦିନ ଗଛକୁ କିଣି ମାଛଦାନା ଭାବେ ବ୍ୟବହାର କରନ୍ତି। ବଡ଼ବଡ଼ ଶାଖାକୁ କାଟି ମାଛ କୁଣ୍ଡ କିମ୍ବା ପୋଖରୀରେ ରଖନ୍ତି। ଏକ ଲମ୍ବା ସମୟ ପାଇଁ ଏହି ଶାଖାପ୍ରଶାଖା ମାଛଙ୍କ ଦାନା ଭାବେ କାମ କରେ।
Comments are closed.