www.samajalive.in
Sunday, December 14, 2025
17.1 C
Bhubaneswar

ଆପରୁ ଇସ୍ତଫା ଦେଲେ ଆଶୁତୋଷ

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ)କୁ ସ୍ୱାଧୀନତା ଦିବସ ଦିନ ଏକ ବଡ଼ ଝଟକା ଲାଗିଛି। ଆପର ବରିଷ୍ଠ ନେତା ତଥା ସାମ୍ବାଦିକ ଆଶୁତୋଷ ବୁଧବାର ସ୍ୱାଧୀନତା ଦିବସ ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ଟ୍ୱିଟ୍‍ ଯୋଗେ ସେ ଆପରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ରାଜ୍ୟସଭାକୁ ପଠା ନ ଯିବାରୁ ଅସନ୍ତୁଷ୍ଟ ହୋଇ ଆଶୁତୋଷ ଇସ୍ତଫା ଦେଇଥିବା କୁହାଯାଉଛି। ଆଶୁତୋଷଙ୍କ ଇସ୍ତଫା କଥା ପ୍ରଚାର ହେବା ପରେ କବି ତଥା ରାଜନେତା କୁମାର ବିଶ୍ୱାସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମାଲୋଚନା କରିଛନ୍ତି। ଆଶୁତୋଷ ଟ୍ୱିଟ୍‍ରରେ ଲେଖିଛନ୍ତି ଯେ ‘ସବୁ ଯାତ୍ରାର ଏକ ଅନ୍ତ ଥାଏ। ଆପ ସହ ସମ୍ପର୍କ ବହୁତ ଭଲ ଏବଂ କ୍ରାନ୍ତିକାରୀ ଥିଲା ଓ ଏହାର ବି ଅନ୍ତ ହୋଇଛି। ମୁଁ ଦଳରୁ ଇସ୍ତଫା ଦେଇଛି ଓ ପିଏସ୍‍କୁ ଏହାକୁ ସ୍ୱୀକାର କରିବାକୁ ନିବେଦନ କରିଛି। ଏହା ପୂର୍ଣ୍ଣରୂପେ ମୋ ବ୍ୟକ୍ତିଗତ ନିଷ୍ପତ୍ତି। ଦଳ ଏବଂ ସମର୍ଥକଙ୍କୁ ଧନ୍ୟବାଦ।’ ଉଲ୍ଲେଖ ଯେ ୨୦୧୪ ଜାନୁଆରୀ ୧୧ରେ ଆଶୁତୋଷ ଆପରେ ଯୋଗ ଦେଇଥିଲେ। ଅନ୍ନା ଏବଂ ଜନଲୋକପାଳ ଆନ୍ଦୋଳନ ଉପରେ ସେ ଏକ ପୁସ୍ତକ ରଚନା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories