‘ସମାଜ’ ପ୍ରଭାବ, ଅସହାୟ ନାବାଳକକୁ ସହାୟତାର ହାତ ବଢାଇଲା ଡିଟିଏସସି
ପାଟଣା : ଦୈନିକ ‘ସମାଜ’ ରୁ ସୂଚନା ପାଇ ସୋମବାର ସ୍ଵାମପାଟଣାର ପଞ୍ଜୀକୃତ ସଂସ୍ଥା ଡିଅର ଟିଚର ଷ୍ଟଡି ସେଣ୍ଟର ପକ୍ଷରୁ ଦେବାଶିଷ ସାମଲ ଓ ଭୂମି ସାମଲ ପଲାଣଘାଟି ପଞ୍ଚାୟତ ଗୋଧିରାମପଡା ଗ୍ରାମକୁ ଯାଇଥିଲେ। ଗ୍ରାମରେ ପିତା ମାତାଙ୍କୁ ହରାଇଥିବା ୨ ଅସହାୟ ନାବାଳକ ଭାଇ ଗଣେଶ ମୁଣ୍ଡା ଓ କୃଷ୍ଣ ମୁଣ୍ଡାଙ୍କୁ ସେମାନେ ଭେଟି ପାଠ ପଢା ସାମଗ୍ରୀ, ଶୁଖିଲା ଖାଦ୍ୟ, ମହମବତି, ଦିଆସିଲ ଏବଂ ନଗଦ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପିଲା ଦ୍ବୟ ପାଠ ପଢିବା ଜାରି ରଖିବାକୁ ଚାହିଁଲେ ଗ୍ରାମବାସୀଙ୍କ ସହମତିରେ ସେମାନଙ୍କ ପାଠ ପଢ଼ିବାର ଦାୟିତ୍ଵ ମଧ୍ୟ ଡିଟିଏସସି ନେବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ମଙ୍ଗଳବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ପ୍ରତିନିଧି ଗୋଧିରାମପଡ଼ା ଆସି ଏହି ୨ ଅସହାୟ ନାବାଳକ ଭାଇଙ୍କୁ ଭେଟିବେ ବୋଲି ଜଣାପଡିଛି
Comments are closed.