www.samajalive.in
Sunday, December 14, 2025
19.1 C
Bhubaneswar

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ଟି ଜିଲାରେ ହୋଇଥିବା ଅଦିନିଆ ବର୍ଷାକୁ ସରକାର ‘ପ୍ରାକୃତିକ ବିପର୍ଯ୍ୟୟ’ ଭାବେ ଗ୍ରହଣ କରିଥିବାବେଳେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡ଼ିଆର୍‌ଏଫ୍‌)ରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ ଆରମ୍ଭ କରାଯାଇଛି । ଯେଉଁ ଚାଷୀମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଛି, ସେହି ଚାଷୀମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯାଉଛି ।

ଏସ୍‌ଡ଼ିଆର୍‌ଏଫ୍‌ ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଇନ୍‌ପୁଟ ସବ୍‌ସିଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଉଛି । ଜିଲାପାଳମାନଙ୍କ ରିପୋର୍ଟ ଆଧାରରେ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକଫର ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି । ଏହି ଚାଷୀମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି ।

- Advertisement -

ଗତ ୨୦ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଅଦିନିଆ ବର୍ଷା ହୋଇଥିଲା । ୩୦ ଓ ୩୧ ତାରିଖରେ ସର୍ଭେ ପରେ ସରକାର ୧ ତାରିଖରେ ରିପୋର୍ଟ ପାଇଥିଲେ । ସରକାର ସବୁବେଳେ ଚାଷୀମାନଙ୍କ ସହ ରହି ଆସିଛନ୍ତି ଓ କୃଷକଙ୍କ ମଙ୍ଗଳ ପାଇଁ ସବୁପ୍ରକାର ସାହାଯ୍ୟ କରିବାକୁ ଚେଷ୍ଟିତ ଅଛନ୍ତି ।

ଅନୁଗୋଳ ଜିଲାରେ ୭୫.୬୧ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୬ ଲକ୍ଷ ୯୯ ହଜାର ୮୦୮ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେହିପରି ଭ୍ରଦକ ଜିଲାର ଏକ ହଜାର ୪୦ ହେକ୍ଟରକ୍ଷତିଗ୍ରସ୍ତ ଫସଲ ପାଇଁ ଏକ କୋଟି ୫୬ ଲକ୍ଷ ୭୪ ହଜାର ଟଙ୍କା, କଟକ ଜିଲାରେ ୧୯୧୮୦.୪୨ ହେକ୍ଟର ଜମି ପାଇଁ ୨୪ କୋଟି ୩୬ ଲକ୍ଷ ୯୬ ହଜାର ୬୧୫ ଟଙ୍କା, ଢେଙ୍କାନାଳର ୧୯୬.୮୧ ହେକ୍ଟର ଜମି ପାଇଁ ୧୯ ଲକ୍ଷ ୩୦ ହଜାର ୪୩୫ ଟଙ୍କା, ଗଜପତି ଜିଲାର ୬୫୧.୫୮ ହେକ୍ଟର କ୍ଷତିଗ୍ରସ୍ତ ଜମି ପାଇଁ ୮୭ ଲକ୍ଷ ୮୪ ହଜାର ୪୦୫ ଟଙ୍କା, ଗଞ୍ଜାମ ଜିଲାର ୬୦୭୧୨.୬୧ ହେକ୍ଟର ଜମି ପାଇଁ ୮୯ କୋଟି ୭୯ ଲକ୍ଷ ୨ ହଜାର ୬୩ ଟଙ୍କା, ଜଗତସିଂହପୁର ଜିଲାର ୨୧୨୪୦ ହେକ୍ଟର ଜମି ପାଇଁ ୨୮ କୋଟି ୯୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା, ଯାଜପୁର ଜିଲାର ୧୦୬୪୨ ହେକ୍ଟର ଜମି ପାଇଁ ୧୨ କୋଟି ୧୯ ଲକ୍ଷ ୮୩ ହଜାର ୫୦୦ ଟଙ୍କା, କଳାହାଣ୍ଡି ଜିଲାର ୭୭୫.୪୯ ହେକ୍ଟର କ୍ଷତିଗ୍ରସ୍ତ ଜମି ପାଇଁ ୯୨ ଲକ୍ଷ ୮୫ ହଜାର ୫୭୦ ଟଙ୍କା, କନ୍ଧମାଳ ଜିଲାର ୨୭୨.୮୭ ହେକ୍ଟର ଜମି ପାଇଁ ୨୪ ଲକ୍ଷ ୪୪ ହଜାର ୨୧୮ ଟଙ୍କା, କେନ୍ଦ୍ରାପଡ଼ା ଜିଲାର ୨୪୨୪୪.୧୪ ହେକ୍ଟର ଜମି ପାଇଁ ୨୪ କୋଟି ୫୨ ଲକ୍ଷ ୬୯୦ ଟଙ୍କା, ଖୋର୍ଦ୍ଧା ଜିଲାର ୧୬୪୫୫.୭୭ ହେକ୍ଟର ଜମି ପାଇଁ ୨୦ କୋଟି ୪ ଲକ୍ଷ ୨୦ ହଜାର ୪୯୭ ଟଙ୍କା, ନୟାଗଡ଼ ଜିଲାର ୨୧୪୩୪.୧୫ ହେକ୍ଟର ଜମି ପାଇଁ ୨୨ କୋଟି ୨୩ ଲକ୍ଷ ୪ ହଜାର ୩୯୩ ଟଙ୍କା, ନୂଆପଡ଼ା ଜିଲାର ୧୩.୬ ହେକ୍ଟର ଜମି ପାଇଁ ୧ ଲକ୍ଷ ୯୩ ହଜାର ୩୭୫ ଟଙ୍କା, ପୁରୀ ଜିଲାର ୪୯୧୯୩.୨୬ ହେକ୍ଟର ଜମି ପାଇଁ ୬୪ କୋଟି ୮୪ ଲକ୍ଷ ୪୦ ହଜାର ୯୪୫ ଟଙ୍କା, ରାୟଗଡ଼ା ଜିଲାର ୬୬୨.୯୫ ହେକ୍ଟର ଜମି ପାଇଁ ୭୧ ଲକ୍ଷ ୭୧ ହଜାର ୪୯୯ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories