www.samajalive.in
Saturday, December 13, 2025
26.1 C
Bhubaneswar

ମହାବିଦ୍ୟାଳୟ ପରିସରରେ ଗଛ କଟା ନେଇ ଗ୍ରାମବାସୀଙ୍କ ଅଭିଯୋଗ

ସିମୁଳିଆ : ବାଲିଖଣ୍ଡ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଦାମୀ ଗଛଗୁଡିକୁ କାଟିବାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ବାଲେଶ୍ବର ଜିଲ୍ଲାପାଳ ଓ ବନ ବିଭାଗ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ସୁଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ବାଲିଖଣ୍ଡ ଡିଗ୍ରୀ କଲେଜ ପରିସରରେ ଥିବା ଆକାଶୀ ଓ ଶାଗୁଆନ କିଛି ଦାମୀ ଗଛ ବିନାନୁମତିରେ କଟା ଯାଇ ବିକ୍ରୟ କରାଯାଇଥିବାର ଗ୍ରାମବାସୀ ବାଲେଶ୍ବର ଜିଲ୍ଲାପାଳ ଓ ସିମୁଳିଆ ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏ ସଂକ୍ରାନ୍ତରେ ଡିଗ୍ରୀ କଲେଜର ଅଧ୍ୟକ୍ଷ ବସନ୍ତ କୁମାର ବେହେରାଙ୍କୁ ପଚାରିବାରୁ  ମହାବିଦ୍ୟାଳୟର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଥିବାରୁ ଏବଂ କିଛି ଗଛ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ବନ ବିଭାଗକୁ ଅନୁମତି ମାଗାଯାଇଛି । ଧାର୍ଯ୍ୟ ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତି ନ କଲେ ପ୍ରକଳ୍ପ ନିମନ୍ତେ ଆସିଥିବା ଅର୍ଥ ଫେରିଯିବ । ଏହା ବ୍ୟତୀତ ମହାବିଦ୍ୟାଳୟର ପରିଚାଳନା କମିଟି ନ ଥିବାରୁ ଷ୍ଟାଫ ବୈଠକ ଡକାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories