www.samajalive.in
Saturday, December 6, 2025
23.1 C
Bhubaneswar

ଆଜିଠୁ ପୁଣି ସରଗରମ ହେବ ବିଧାନସଭା

ଭୁବନେଶ୍ଵର: ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ସରଗରମ ହେବ ବିଧାନସଭା। ୨୦୧୪-୨୫ ଆର୍ଥିକ ବଜେଟ୍ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ।  ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ମୋହନ ସରକାର ଆଣିଛନ୍ତି। ତେବେ ଏହାଉପରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କର ମତ ରଖିଛି। ଏହାରି ଭିତରେ ବିରୋଧୀଙ୍କ ହାତରେ ଲାଗିଛି ଏକ ନୂଆ ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ ଅଧିବେଶନ ଚାଲିଥିବା ସମୟରେ କିପରି ଗୃହ ବାହାରେ ଏକ ସରକାରୀ ଘୋଷଣା କଲେ , ତାହାକୁ ନେଇ ସରକାରଙ୍କୁ ଗୃହରେ ଘେରିବେ ବିରୋଧୀ। ଅଗ୍ନିବୀରଙ୍କୁ ନିଯୁକ୍ତ କ୍ଷେତ୍ରରେ ୧୦ ପ୍ରତିଶତର ସଂରକ୍ଷଣ ଘୋଷଣାକୁ କଂଗ୍ରେସ ଏବଂ ବିଜେଡି ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ସହ ନୀତି ଆୟୋଗ ବୈଠକରେ ରାଜ୍ୟ ସ୍ଵାର୍ଥ ପ୍ରସଙ୍ଗ ଉଠାଯାଇନଥିବାରୁ ଏହାକୁ ଗୃହରେ ଉଠାଇ ପାରନ୍ତି। ଅନ୍ୟପଟେ ଆଜି ଗୃହରେ ରହିଛି ଗୁରୁତ୍ଵପୂର୍ଣ୍ଣ ବିଭାଗ ଗୁଡିକର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ରୋଟୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ , ଅର୍ଥବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ଆଜି ଆଲୋଚନା ରହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories