www.samajalive.in
Saturday, December 6, 2025
26.1 C
Bhubaneswar

କାର୍ ଧକ୍କାରେ କାଉଡିଆ ମୃତ, ଦୁଇ ଗୁରୁତର

ନିଶ୍ଚିନ୍ତକୋଇଲି: ଶ୍ରାବଣ ସୋମବାର ପାଇଁ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଗୁଡିକରେ କାଉଡିଆଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଏହାରି ମଧ୍ୟରେ ଏକ ଅଘଟଣ ସାମ୍ନାକୁ ଆସିଛି। କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକରେ ଏକ କାର ଧକ୍କାରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ବସୁପଦା ଗାଁର ୩ଜଣ କାଉଡିଆ ଚିତ୍ରୋତ୍ପଳା  ନଦୀର ନେମାଳ ଘାଟରୁ ପାଣି ଉଠାଇ ଫଗୋଳ ସିଦ୍ଧେଶ୍ଵର ମନ୍ଦିର ଅଭିମୁଖେ ଯାଉଥିଲେ। ରାତି ପ୍ରାୟ ୧୧ଟା ୪୫ରେ ଏକ କାର୍ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଥିଲା। ମୃତକ ଚିନ୍ମୟୀ ବେହେରା ବୋଲି ଜଣାପଡିଛି। ଅନ୍ୟ ଦୁଇ କାଉଡିଆଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ଡ୍ରାଇଭରକୁ ଅଟକ ରଖି ଅଧି୍କ ତଦନ୍ତ ଜାରି ରଖିଛି। ସେପଟେ ଘଟଣା ଘଟିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories