www.samajalive.in
Saturday, December 6, 2025
14.1 C
Bhubaneswar

କ୍ରୟ ହେଲାଣି ୨୧ ପ୍ରତିଶତରୁ ଅଧିକ : ମାର୍ଚ୍ଚ ୩୧ ଯାଏ ଚାଲିବ ଧାନ ସଂଗ୍ରହ

ଭବନେଶ୍ବର : ରାଜ୍ୟରେ ଚଳିତବର୍ଷ ଏପର୍ଯ୍ୟନ୍ତ ୫୫.୩ଲକ୍ଷ ମେଟ୍ରିକ୍‍ ଟନ୍‍ ଖରିଫ ଧାନ ସଂଗ୍ରହ କରାଯାଇଛି। ଯାହାକି ଗତବର୍ଷଠାରୁ ୨୧ପ୍ରତିଶତ ଅଧିକ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶନିବାର ବିଧାନସଭାରେ ସୂଚନା ଦେଇଛନ୍ତି। ହଟ୍ଟଗୋଳ ମଧ୍ୟରେ ରାଜ୍ୟରେ ଧାନକ୍ରୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଚଳିତବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟରୁ ଧାନ ସଂଗ୍ରହ କରାଯିବ। ଏପର୍ଯ୍ୟନ୍ତ ୯.୯୩ ଲକ୍ଷ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି। ଧାନ କ୍ରୟ ବାବଦରେ ଚାଷୀଙ୍କୁ ୧୦ହଜାର ୨୮୧କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିରୋଧୀ ଦଳ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ
କରାଯାଇଥିବା ନେଇ ମନ୍ତ୍ରୀ ଉତ୍ତର ଦେଇଥିବାବେଳେ କେତେ ଅଧିକ ଧାନ ଉତ୍ପାଦନ ହୋଇଛି ସେ ନେଇ କିଛି କହି ନାହାନ୍ତି।

- Advertisement -

ତେବେ ଅପରାହ୍ନ ବୈଠକରେ ବିରୋଧୀ ଦଳ ପକ୍ଷରୁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀଙ୍କ ଉତ୍ତର ସମ୍ବଳିତ କପିକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଚିରି ଦେଇ ବାଚସ୍ପତିଙ୍କ ଟେବୁଲ ଉପରକୁ ଫିଙ୍ଗି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories