www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ-ଚୀନ ୧୦ମ ପର୍ଯ୍ୟାୟ ଆଲୋଚନା: ହଟ୍‌ ସ୍ପ୍ରିଙ୍ଗ୍‌ସ, ଗୋଗ୍ରା ଓ ଡେପସାଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାରକୁ ଗୁରୁତ୍ଵ

ପୂର୍ବ ଲଦାଖର ଅନ୍ୟାନ୍ୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଶନିବାର ଭାରତ ଏବଂ ଚୀନ ମଧ୍ୟରେ ୧୦ମ ପର୍ଯ୍ୟାୟ ଆଲୋଚନା ହୋଇଛି। ପୂର୍ବ ଲଦାଖର ହଟ୍‌ ସ୍ପ୍ରିଙ୍ଗ୍‌ସ, ଗୋଗ୍ରା ଏବଂ ଡେପସାଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ତ୍ଵରାନ୍ବିତ କରିବା ଲାଗି ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ପେନ୍‌ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ଵରୁ ଭାରତ ଓ ଚୀନର ସୈନିକ, ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟ ଉପକରଣ ପ୍ରତ୍ୟାହାର କରାଯିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାର ଦୁଇଦିନ ପରେ କୋର୍‌ କମାଣ୍ଡର ସ୍ତରୀୟ ୧୦ମ ବୈଠକ ଆରମ୍ଭ ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଲଏସିର ଚୀନ ସୀମା ସଂଲଗ୍ନ ମାଲ୍‌ଦୋ ପଏଣ୍ଟରେ ଭାରତ ଓ ଚୀନ ମଧ୍ୟରେ ଏହି ବୈଠକ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି। ଏହି ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଲାଗି ହଟ୍‌ ସ୍ପ୍ରିଙ୍ଗ୍‌ସ, ଗୋଗ୍ରା ଏବଂ ଡେପସାଙ୍ଗ ଅଞ୍ଚଳରୁ ତ୍ଵରିତ୍ଵ ବେଗରେ ସୈନ୍ୟ ପ୍ରତ୍ୟାହାର ଦିଗରେ ଭାରତ ଆଲୋଚନା କାଳରେ ଗୁରୁତ୍ଵ ଦେବ।

- Advertisement -

ଦୁଇ ଦେଶ ମଧ୍ୟରେ ୯ ମାସ ଧରି ଉତ୍ତେଜନା ଜାରି ରହିଛି। ଆପୋସ ବୁଝାମଣା ପରେ ଦୁଇ ପକ୍ଷ ପେନ୍‌ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ଵରୁ ନିଜ ସୈନ୍ୟଙ୍କୁ ହଟାଇବା ଲାଗି ସହମତି ପ୍ରକାଶ କରିବା ସହିତ ଏ ଦିଗରେ ତ୍ଵରିତ ପଦକ୍ଷେପ ନେଇଛନ୍ତି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories