www.samajalive.in
Friday, December 5, 2025
17.1 C
Bhubaneswar

ଆସାମରେ ବନ୍ୟା ବିତ୍ପାତ: ବୁଡ଼ିଲା କ୍ୟାନ୍ସର ହସ୍ପିଟାଲ, ରାସ୍ତାରେ ଚାଲିଛି ଚିକିତ୍ସା

ଗୌହାଟି: ଆସାମର କଛାର ଜିଲାର ସିଲଚର ସହର ସ୍ଥିତ ଏକ କ୍ୟାନ୍ସର ହସ୍ପିଟାଲ ବନ୍ୟା ପାଣିରେ ଜଳମଗ୍ନ ହୋଇଯାଇଛି। ତେବେ ଜିଲ୍ଲାର ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। କ୍ୟାନ୍ସର ହସ୍ପିଟାଲର ନିର୍ଦେଶକ ରବି କନ୍ନନ କହିଛନ୍ତି, କର୍କଟ ରୋଗୀଙ୍କ ପାଇଁ ଡାକ୍ତରଖାନା ଗୋଟିଏ ଦିନ ପାଇଁ ମଧ୍ୟ ବନ୍ଦ କରାଯାଇପାରିବ ନାହିଁ। ବାହାରେ ରୋଗୀଙ୍କୁ ସାମାନ୍ୟ ଚିକିତ୍ସା ଦିଆଯାଉଥିଲା, ଗୁରୁତର ଚିକିତ୍ସାର ଆବଶ୍ୟକତା ଥିବା ରୋଗୀଙ୍କୁ ଭିତରେ ରଖାଯାଇଥିଲା। ରୋଗୀଙ୍କୁ ପରିସରରୁ ବାହାର କରିବା ପାଇଁ ଆମେ ଭେଳା ବ୍ୟବହାର କରୁଥିଲୁ।


ସୂଚନା ମୁତାବକ, ରାଜ୍ୟର ବରାକ ଘାଟି ସ୍ଥିତ ୧୫୦ ଶଯ୍ୟା ବିଶିିଷ୍ଟ କ୍ୟାନ୍ସର ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ର ଗତ କିଛି ଦିନ ହେବ ପାଣିରେ ବୁଡ଼ି ରହିଛି। ସ୍ଥିତି ଏତେ ଜଟିଳ ଯେ ରାସ୍ତା ଉପରେ ରୋଗୀମାନଙ୍କ ଚିକିତ୍ସା କରାଯାଉଛି। ଡାକ୍ତରଖାନା ସମ୍ବଳ ପରିଚାଳନା ବିଭାଗର ମୁଖ୍ୟ ଦର୍ଶନ ଆର ଟ୍ବିଟ୍‌ କରି କହିଛନ୍ତି, ‘‘ଯେଉଁ ପ୍ରକ୍ରିୟା ବାହାରେ କରାଯାଇପାରିବ, ଯେପରିକି କେମୋଥେରାପି ଓ ପ୍ରାରମ୍ଭିକ ନିଦାନ ସେସବୁକୁ ଆମେ ରାସ୍ତା ଉପରେ ଜାରି ରଖିଛୁ, ଯେଉଁଠି କି କମ୍‌ ପାଣି ଜମା ହୋଇଛି।’’

- Advertisement -

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories