www.samajalive.in
Saturday, December 6, 2025
16.1 C
Bhubaneswar

ପିପିଇ କିଟ୍‍ ପିନ୍ଧି ଡାକ୍ତର କଲେ ଏମିତି ଡାନ୍ସ, ଫ୍ୟାନ୍‍ ହୋଇଗଲେ ହ୍ରିତିକ୍‍

ମୁମ୍ବଇ: ଆସାମର ଜଣେ ଡାକ୍ତର କରୋନା ରୋଗୀମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ‘ୱାର୍‍’ ଫିଲ୍ମର ଘୁଙ୍ଗ୍‍ରୁ ଟୁଟ୍‍ ଗୟେ ଗୀତରେ ଜବରଦସ୍ତ ଡାନ୍ସ କରିଛନ୍ତି। ଡାକ୍ତରଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ୍‍ ହେବାରେ ଲାଗିଛି। ଏହି ଭିଡିଓ ଦେଖି ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନ୍‍ ମଧ୍ୟ ଡାକ୍ତରଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି। ଡାକ୍ତରଙ୍କ ଭିଡିଓ ଶେୟାର କରି ହ୍ରିତିକ୍‍ ଲେଖିଛନ୍ତି, “ଡାକ୍ତରଙ୍କୁ କୁହନ୍ତୁ ଯେ ଦିନେ ମୁଁ ଆସାମ ଯାଇ ତାଙ୍କ ପାଖରୁ ତାଙ୍କ ଡାନ୍ସ ଷ୍ଟେପ୍‍ ଶିଖିବି”। ପ୍ରଶଂସକମାନେ ହ୍ରିତିକଙ୍କ ଏହି ପୋଷ୍ଟର ଖୁବ୍‍ ପ୍ରଶଂସା କରିଛନ୍ତି।

- Advertisement -

ଭିଡିଓରେ ଇଏନ୍‍ଟି ସର୍ଜନ ଡା. ଅରୁପ ପିପିଇ କିଟ୍‍ ପିନ୍ଧି କରୋନା ସଂକ୍ରମିତମାନଙ୍କ ସାମ୍ନାରେ ‘ଘୁଙ୍ଗ୍‍ରୁ ଟୁଟ୍‍ ଗୟେ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ଏଥିରେ ସେ ହ୍ରିତିକଙ୍କ ସିଗ୍‍ନେଚର୍‍ ଷ୍ଟେପ୍‍ ମଧ୍ୟ କରୁଛନ୍ତି। ଭିଡିଓ ଦେଖି ଲୋକେ ଡା. ଅରୁପଙ୍କର ଖୁବ୍‍ ପ୍ରଶଂସା କରିଛନ୍ତି। ସୈୟଦ୍‍ ଫୈଜାନ ଅହମଦ ନାମକ ଜଣେ ଡାକ୍ତର ରବିବାର ଟ୍ୱିଟରରେ ଏହି ଭିଡିଓ ପ୍ରଥମେ ଶେୟାର କରିଥିଲେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories