www.samajalive.in
Saturday, December 6, 2025
23.1 C
Bhubaneswar

ଡ଼ାକ୍ତରଙ୍କ ବାଇକ ଚୋରି କରିବାପରେ ବାଇକକୁ ରଖି କ୍ଷମାପ୍ରାର୍ଥନା ଚିଠି ଲେଖି ଚୋର ଫେରାର

ବୁର୍ଲା: ବୁର୍ଲା ସହରରେ ଆଜି ଏକ ଚୋରି ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି। ବାଇକ ଚୋରି ହେବା ପୁଣି ଚୋର ଜଣକ ନାଟକିୟ ପ୍ରାୟ ୨ କିଲୋମିଟର ବାଇକକୁ ନେଇ ଛାଡ଼ିବା ପରେ ଚିଠି ଲେଖି ଯାଇଥିବା ଦେଖିବାକୁ ମିଳିଛି। ବାଇକଟି ଭିମସାର ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ବୋଲି ଜଣାପଡ଼ିଛି। ଚୋର ଚିଠିରେ ଆଜ୍ଞା ମତେ କ୍ଷମା କରିବେ ଆପଣଙ୍କ ଭଳିଆ ଲୋକର ଗାଡି ଚୋରିପାଇଁ ମୁଁ ଦୁଃଖିତ। ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି।

ଭିମସାର ଡାକ୍ତର ଶଙ୍କର ରାମଚନ୍ଦାନି ବୁର୍ଲା ଗୁପ୍ତା ଘରୋଇ ନର୍ସିଂ ହୋମ ସମ୍ମୁଖରେ ଥିବା ଭଡ଼ା ଘରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ଟିଭିଏସ୍‍ ଡିସକୋଭର ବାଇକ ଚୋରି ହୋଇ ଯାଇଥିଲା। ତେବେ ଆଜି ସକାଳୁ ବାଇକ ନ ଥିବା ଡାକ୍ତର ରାମଚନ୍ଦାନି ଜାଣିବାକୁ ପାଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଦିନ ପ୍ରାୟ ୧୧ ଟା ସମୟରେ ତାଙ୍କ ବାଇକଟି ଛାତି ଓ ସଂକ୍ରମଣ ବିଭାଗକୁ ଯିବା ରାସ୍ଥାରେ ରାସ୍ତା କଡ ଏକ ବୁଦା ଭିତରେ ଥିବା କେହି ଜଣେ ତାଙ୍କୁ ସୂଚନା ଦେଇଥିଲେ। ତେବେ ଡାକ୍ତର ରାମଚନ୍ଦାନୀ ଯାଇ ଦେଖିବା ବେଳକୁ ବାଇକ ଉପରେ ଏକ ହାତଲେଖା ଚିଠି ଚୋରି କରିଥିବା ବ୍ୟକ୍ତି ଛଡି ଯାଇଥିବା ଦେଖିଥିଲେ। ବୁର୍ଲା ପୁଲିସକୁ ସୂଚନା ଦେବା ସହିତ ଗାଡିଟିକୁ ଉଦ୍ଧାର କରିଥିଲେ। ଚୋର ବାଇକ ଫେରାଇବା ତାହା ପୁଣି ଚିଠିରେ କ୍ଷମା ମାଗିବା ପରି ଏକ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି। ଏପରି ଭାବରେ ଚୋର ଯଦିବା କୌଣସି ନିହାତି ଗରିବ ତଥା ଅସହାୟଙ୍କ ଠାରୁ ଚୋରି କରିବା ସମୟରେ ଏଭଳି ଭାବରେ ମାନବିକତା ଦେଖାଇ ଚିନ୍ତା କରନ୍ତେ ତା ହେଲେ ଏକ ଅଭିନବ ପରିବର୍ତ୍ତନ ଆସିବାକୁ ନେଇ ଆଶାପ୍ରକାଶ ପାଇଛି।  ଏଭଳି ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories