www.samajalive.in
Sunday, December 7, 2025
26.1 C
Bhubaneswar

ଆସାମରେ ବିଜେପି ନିଶ୍ଚିତ ମିଶନ ୧୦୦+ ହାସଲ କରିବ : ବୈଜୟନ୍ତ ପଣ୍ଡା

ଭୁବନେଶ୍ବର :  ଆସାମରେ ଆଗାମୀ ବିଧାନସଭା ନିର୍ବାଚନ ଲାଗି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ  ବୈଜୟନ୍ତ ପଣ୍ଡା ଗତ ୩ ତାରିଖରୁ ସେଠାରେ ପହଞ୍ଚି ମାରାଥନ ବୈଠକ ଓ ସଭା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଆସାମର ଅଖିଳ ମୋରାନ ଛାତ୍ର ସଂଗଠନର ପୂର୍ବତନ ସଭାପତି ଶ୍ରୀ ଅରୁଣଜ୍ୟୋତି ମୋରାନ ଆସାମ ବିଜେପି ସଭାପତି ଶ୍ରୀ ରଣଜିତ କୁମାର ଦାସ ଏବଂ ସଙ୍ଗଠନ ମହାମନ୍ତ୍ରୀ ଫଣୀନ୍ଦ୍ରନାଥ ଶର୍ମାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ପଣ୍ଡା ଉତ୍ତରୀୟ ଦେଇ ତାଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ।

ଆସାମରେ ଆମ ଦଳ ବିଜେପିର ସୁଦୃଢ଼ ସ୍ଥିତି ରହିଛି। ଏହାସାଙ୍ଗକୁ ଶ୍ରୀ ମୋରାନଙ୍କ ଯୋଗଦାନ ଦଳକୁ ଅଧିକ ମଜଭୁତ କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଶୀର୍ବାଦ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନ ସହ ଆସାମରେ ଆମେ ନିଶ୍ଚିତ ଭାବେ ମିଶନ ୧୦୦+ ହାସଲ କରିବୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେହିପରି ଶ୍ରୀ ପଣ୍ଡା ଆସାମରେ ଥିବା ସମୟରେ ବିଜେପିରେ ଯୋଗଦାନ ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ଶ୍ରୀ ମୋରାନ କହିଛନ୍ତି।

- Advertisement -

ସୂଚନାଥାଉ କି ଗତ ୩ ତାରିଖରୁ ଶ୍ରୀ ପଣ୍ଡା ଆସାମର ବିଭିନ୍ନ ଅଞ୍ଚଳ ବୁଲି ଦଳୀୟ କର୍ମୀଙ୍କ ସହ ବୈଠକ ଓ ଆଲୋଚନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସେ ଉତ୍ତର କାମରୁପ ଜିଲ୍ଲାରେ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗତ ଡିସେମ୍ବର ୨୬ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସାମ ଗସ୍ତ କରି ଆଗାମୀ ବିଧାନସଭା ନେଇ ଶ୍ରୀ ପଣ୍ଡା ଏବଂ ଆସାମ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଦାୟିତ୍ୱ ବଣ୍ଟନ କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories