www.samajalive.in
Sunday, December 7, 2025
26.1 C
Bhubaneswar

ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି: ଭାରତର କ୍ରମାଗତ ଚତୁର୍ଥ ବିଜୟ

ହୁଲୁନ୍‌ବେୟର  : ଏଠାରେ ଆୟୋଜିତ ଏସିଆନ ଚମ୍ପିଆନ୍‌ସ ଟ୍ରଫି ପୁରୁଷ ହକି ପ୍ରତିଯୋଗିତା ଅଷ୍ଟମ ସଂସ୍କରଣରେ ଭାରତ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଗୁରୁବାର ଚତୁର୍ଥ ଲିଗ୍‌ ମ୍ୟାଚରେ ଭାରତ ଅଧିନାୟକ ହରମନପ୍ରୀତ ସିଂହଙ୍କ ଯୁଗଳ ଗୋଲ ବଳରେ ୩-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ବିପକ୍ଷ ଦକ୍ଷିଣ କୋରିଆ ଉପରେ ପ୍ରାଧାନ୍ୟବିସ୍ତାର କରିବା ସହ ପ୍ରାରମ୍ଭରୁ ଚାପରେ ରଖି୍‌ଥିଲା।

ଅରାଇଜିତ ସିଂହ ହୁଣ୍ଡାଲ ୮ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରିଥିଲେ।ଏହାର ଏକ ମିନିଟ୍‌ ପରେ ଭାରତ ଦ୍ବିତୀୟ ଗୋଲ ଦେଇଥିଲା। ୯ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଦକ୍ଷିଣ କୋରିଆ ଗୋଲ ଦେବା ନେଇ ଉଦ୍ୟମ କରିଥିଲା।୩୦ ମିନିଟ୍‌ରେ ଦକ୍ଷିଣ କୋରିଆକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଜୁଆନ ୟଙ୍ଗ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୪୩ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ୩ୟ କ୍ବାର୍ଟର ସୁଦ୍ଧା ଭାରତ ୩-୧ ଗୋଲରେ ଆଗୁଆ ରହିଥିଲା। ଚତୁର୍ଥ କ୍ବାର୍ଟର​‌​‌ରେ ଦକ୍ଷିଣ କୋରିଆ ଗୋଲ ଦେବା ନେଇ ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ରକ୍ଷଣାଭାଗ ଏହାକୁ ପଣ୍ଡ କରିଦେଇଥିଲା। ଉକ୍ତ କ୍ବାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଭାରତ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଭାରତ ପୂର୍ବରୁ ଚୀନ୍‌କୁ ୩-୦ ଗୋଲରେ, ଜାପାନକୁ ୫-୧ ଗୋଲରେ ଓ ମାଲେସିଆକୁ ୮-୧ ଗୋଲରେ ପରାସ୍ତ କରିଥିଲା। ଦଳ ଶେଷ ଲିଗ୍‌ ମ୍ୟାଚ ୧୪ରେ ପାକିସ୍ତାନ ସହିତ ଖେଳିବ। ଦକ୍ଷିଣ କୋରିଆ ୪ଟି ମ୍ୟାଚରୁ ଗୋଟିଏ ବିଜୟ, ୨ଟି ଡ୍ର ଓ ଗୋଟିଏ ପରାଜୟ ସହ ୫ ପଏଣ୍ଟ ପାଇ ଗ୍ରୁପର ୩ୟ ସ୍ଥାନରେ ରହିଛି। ସେହିପରି ଅନ୍ୟଏକ ମ୍ୟାଚରେ ମାଲେସିଆ ୫-୪ ଗୋଲରେ ଜାପାନକୁ ପରାସ୍ତ କରି ପ୍ରଥମ ବିଜୟ ସହ ସେମିଫାଇନାଲ ଆଶାକୁ ବଜାୟ ରଖିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories