www.samajalive.in
Tuesday, December 9, 2025
19.1 C
Bhubaneswar

ଏସୀୟ ଦୌଡ଼କୁଦ ଚମ୍ପିଆନସିପ୍‌ ଉଦ୍‌ଯାପିତ

ଦୋହା : କାତାରର ଦୋହାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପରେ ଭାରତକୁ ୩ୟ ସ୍ବର୍ଣ୍ଣପଦକ ଜିତାଇଛନ୍ତି ପି.ୟୁ. ଚିତ୍ରା। ମହିଳା ୧୫୦୦ ମିଟର ଦୌଡ଼ ଫାଇନାଲରେ ପ୍ରଥମସ୍ଥାନରେ ରହି ଚିତ୍ରା ସ୍ବର୍ଣ୍ଣପଦକ ଜିତିଛନ୍ତି। ବୁଧବାର ଅନୁଷ୍ଠିତ ରେସ୍‌ରେ ଚିତ୍ରା ଚମତ୍କାର ପ୍ରଦର୍ଶନ କରି ୪ ମିନିଟ ୧୪.୫୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି। କେରଳର ଚିତ୍ରା ଗତ କିଛିବର୍ଷ ହେଲା ଆନ୍ତର୍ଜାତିକ ସ୍ତରରେ ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି। ବାହାରେନ୍‌ର ଗାସା ଟିଗେଷ୍ଟ ରୌପ୍ୟ ଏବଂ ଜାପାନର ରାନ୍ ଉରାବେ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଥିବା ଅନ୍ୟ ଭାରତୀୟ ଲିଲି ଦାସ ୧୪ଶ ସ୍ଥାନରେ ରହିଛନ୍ତି।
ଭାରତ ୩ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ୍ ସହ ୧୫ଟି ପଦକ ପାଇ ପଦକ ତାଲିକା​‌େ​‌ର ୪ର୍ଥ ସ୍ଥାନରେ ରହିଛି। ବାହାରେନ୍, ଚୀନ୍ ଓ ଜାପାନ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ବୁଧବାର ପୁରୁଷ ୧୫୦୦ ମିଟର ଦୌଡ଼ରେ ଭାରତର ଅଜୟ କୁମାର ସରୋଜ ରୌପ୍ୟପଦକ ଜିତିଛନ୍ତି। ୨୦୧୭ ଭୁବନେଶ୍ବର ଏସୀୟ ଦୌଡ଼କୁଦ ଚମ୍ପିଆନ୍‌ସିପରେ ଅଜୟ ସ୍ବର୍ଣ୍ଣପଦକ ଜିତିଥିଲେ। ବୁଧବାର ଅନୁଷ୍ଠିତ ୧୫୦୦ ମିଟର ଫାଇନାଲ ରେସ୍‌ରେ ଅଜୟ ୩ ମିନିଟ ୪୩.୧୮ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତି ପାରିଥିଲେ। ଏହି ଇଭେଣ୍ଟରେ ବାହାରେନ୍‌ର ରୋଟିଚ୍ ଆବ୍ରାହାମ୍ ସ୍ବର୍ଣ୍ଣପଦକ ଜିତିଥିବା ବେଳେ କାତାରର ମୁସାବ୍ ଅଲୀ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ମହିଳା ୪ ଗୁଣା ୪୦୦ ମିଟର ରିଲେରେ ଭାରତକୁ ରୌପ୍ୟପଦକ ମିଳିଛି। ପ୍ରାଚୀ, ଏମ୍‌.ଆର୍. ପୁବାମ୍ମା, ସରିତାବେନ୍ ଗାଏକୱାଡ୍ ଓ ଭି.କେ. ବିସ୍ମୟାଙ୍କୁ ନେଇ ଗଠିତ ଭାରତୀୟ ଦଳ ୨ୟ ସ୍ଥାନରେ ରହିଥିଲେ। ଭାରତ ୩ ମିନିଟ ୩୨.୨୧ ସେକେଣ୍ଡ ସମୟ ନେଇଥିବା ବେଳେ ବାହାରେନ୍ ସ୍ବର୍ଣ୍ଣ ଓ ଜାପାନ ବ୍ରୋଞ୍ଜ୍‌ପଦକ ପାଇଛି। ପୁରୁଷ ୪ ଗୁଣା ୪୦୦ ମିଟର ରିଲେରେ ମଧ୍ୟ ଭାରତକୁ ରୌପ୍ୟପଦକ ମିଳିଛି। କୁନ୍‌ହୁ ମହମ୍ମଦ, ଜୀବନ ସୁରେଶ, ମହମ୍ମଦ ଅନାସ୍ ଓ ରାଜୀବ ଆରୋକିଆଙ୍କୁ ନେଇ ଗଠିତ ଭାରତୀୟ ଦଳ ୩ ମିନିଟ ୩.୨୮ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହିଥିଲେ। ଜାପାନକୁ ସ୍ବର୍ଣ୍ଣ ଓ ଚୀନ୍‌କୁ ବ୍ରୋଞ୍ଜ୍‌ପଦକ ମିଳିଛି।
ମହିଳା ଡିସ୍‌କସ ଥ୍ରୋ’ରେ ଭାରତର ନବଜିତ କୌର ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ନବଜିତ ୫୪.୪୭ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ଅନ୍ୟ ଭାରତୀୟ କମଲପ୍ରୀତ କୌର ୫୫.୫୯ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ରହିଥିଲେ। ପୁରୁଷ ୫୦୦୦ ମିଟର ଦୌଡ଼ରେ ମଧ୍ୟ ଭାରତୀୟ ଧାବକ ନିରାଶ ହୋଇଛନ୍ତି। ଭାରତର ଗାଭିତ୍ ମୁରଲୀ ୫ମ ସ୍ଥାନରେ ଥିବା ବେଳେ ଅଭିଷେକ ପାଲ ୬ଷ୍ଠ ସ୍ଥାନରେ ରହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories