www.samajalive.in
Saturday, December 6, 2025
23.1 C
Bhubaneswar

ଜେଲରେ ବନ୍ଦୀ ଥିବା ଆଶାରାମ କରୋନା ସଂକ୍ରମିତ; ଆସିୟୁରେ ଭର୍ତ୍ତି

ଯୋଧପୁର: ଜେଲରେ ବନ୍ଦୀ ଥିବା ଆତ୍ମଘୋଷିତ ସନ୍ଥ ଆଶାରାମ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ରାଜସ୍ଥାନର ଯୋଧପୁରସ୍ଥିତ ଏମଡିଏମ ଡାକ୍ତରଖାନାର ସ୍ୱତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ଭର୍ତ୍ତି କରାଯାଇଛି। କାରାଗାରରେ ଆଶାରାମଙ୍କ ସହିତ ଅନ୍ୟ ୧୨ଜଣ ଅନ୍ତୋବାସୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ଫେବ୍ରୁଆରୀ ମାସରେ ପ୍ରଥମ ଯୋଧପୁରସ୍ଥିତ ମଥୁରା ଦାସ ମାଥୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ସ୍ୱତନ୍ତ୍ର ଯତ୍ନ କୋଠରୀକୁ ସ୍ଥାନାନ୍ତର କରାଯାଇଛି। ୨୦୧୩ରେ ଜଣେ ନାବାଳିକା ଆଶାରାମଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ନାବାଳିକା ଜଣକ ତାଙ୍କ ଅଭିଯୋଗରେ କହିଥିଲେ ଯେ ଯୋଧପୁର ନିକଟ ମାନାଇଠାରେ ଥିବା ଆଶ୍ରମରେ ଆଶାରାମ ତାଙ୍କୁ ବଳାତ୍କାର କରିଥିଲେ। ପରେ ଆଶାରାମଙ୍କୁ ୨୦୧୪ରେ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା। ଏକ ଅନୁସୂଚିତ ଜାତି / ଜନଜାତି ଅଦାଲତ ତାଙ୍କୁ ଏହି ମାମଲାରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ତାଙ୍କ ବିରୋଧରେ ପୋକ୍ସୋ ଅଭିଯୋଗ ମଧ୍ୟ ଅଣାଯାଇଥିଲା। ୨୦୧୪ରେ ସେ ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଥିଲା। ପରେ ୨୦୧୮ରେ ନାବାଳିକା ବଳାତ୍କାର ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories