www.samajalive.in
Monday, December 8, 2025
14.1 C
Bhubaneswar

ଅଦର ପୁନାୱାଲାଙ୍କୁ ଜେଡ୍‌ ଯୁକ୍ତ ସୁରକ୍ଷା ଯୋଗାଇଦେବାକୁ ଦାବି, ବମ୍ବେ ହାଇକୋର୍ଟରେ ମାମଲା

ମୁମ୍ବଇ: ଦେଶରେ କରୋନା ଟିକା କୋଭିଶିଲ୍ଡ ପ୍ରସ୍ତୁତକର୍ତ୍ତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଦର ପୁନାୱାଲା ଏବଂ ତାଙ୍କ ପରିବାରକୁ ଜେଡ୍‌ ଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି। ଏଥିପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି। ବର୍ତ୍ତମାନ ପୁନାୱାଲାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଛି। ସେ ଏବେ ବ୍ରିଟେନରେ ଅଛନ୍ତି।

ସୂଚନା ଅନୁସାରେ, ପୁନାୱାଲାଙ୍କୁ ଭାରତ ସରକାର ସିଆରପିଏଫର ‘ୱାଇ’ ଶ୍ରେଣୀ ସୁରକ୍ଷା ଯୋଗାଇ ଦେଇଥିଲେ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଆଦେଶ ଜାରି କରାଯାଇଥିଲା। ସିଆରପିଏଫର ସୁରକ୍ଷା କର୍ମୀ ପୂରା ଦେଶରେ ତାଙ୍କର ସୁରକ୍ଷା କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶନାମାରେ କୁହାଯାଇଥିଲା। ଏବେ ତାଙ୍କୁ ଜେଡ୍‌ ଯୁକ୍ତ ସୁରକ୍ଷା ପ୍ରଦାନ କରିବା ଲାଗି ହାଇକୋର୍ଟରେ ଦାବି କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ପୁନାୱାଲା ନିଜେ କହିଥିଲେ ଯେ, ତାଙ୍କୁ ଟିକା ପାଇଁ ଦେଶର ପ୍ରଭାବଶାଳୀ ଲୋକମାନଙ୍କଠାରୁ ନାନା ଧମକ ମିଳୁଛି। ସେଥିଲା ସେ ବର୍ତ୍ତମାନ ବ୍ରିଟେନରୁ ଭାରତ ଆସିବେ ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories