www.samajalive.in
Saturday, December 6, 2025
23.1 C
Bhubaneswar

ଅଭିନେତ୍ରୀ ଶ୍ରୀପଦାଙ୍କର କରୋନାରେ ପରଲୋକ

ମୁମ୍ବଇ: କରୋନରେ ଆକ୍ରାନ୍ତ ହୋଇ ବୁଧବାର ଦିନ ପ୍ରାଣ ହରାଇଛନ୍ତି ବିଗତ ଦିନର ଅଭିନେତ୍ରୀ ଶ୍ରୀପଦା। ସେ ଧର୍ମେନ୍ଦ୍ର ଏବଂ ବିନୋଦ ଖାନ୍ନାଙ୍କ ସମେତ ହିନ୍ଦୀ ଚଳଚ୍ଚିତ୍ର ଜଗତର ବହୁ ଅଭିନେତାଙ୍କ ସହିତ କାମ କରିଥିଲେ। ୧୯୮୯ରେ ଶ୍ରୀପଦା ‘ବଟୱାରା’ ଚଳଚ୍ଚିତ୍ରରେ ଉଭୟ ଧର୍ମେନ୍ଦ୍ର ଓ ବିନୋଦ ଖାନ୍ନାଙ୍କ ସହିତ ଅଭିନୟ କରିଥିଲେ। ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ ଆସୋସିଏସନ (ସିଆଇଏନଟିଏଏ) ପକ୍ଷରୁ ଟ୍ୱିଟ କରି ଶ୍ରୀପଦାଙ୍କ ମୃତ୍ୟୁ ଖବର ଦିଆଯାଇଛି। ସେ ଏକାଧିକ ହିନ୍ଦୀ, ଦକ୍ଷିଣ ଭାରତୀୟ ଓ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେଥିମଧ୍ୟରେ ବେୱାଫା ସମା, ଉଲ୍ଲାକା, ଆଗ୍‍ କେ ଶୋଲେ, ଟେଲିଭିଜନ ଧାରାବାହିକ ଜି ହରର ସୋ ଆଦି ଅନ୍ତର୍ଭୁକ୍ତ। ଶ୍ରୀପଦାଙ୍କ ସହିତ ୨୦୧୫ରେ ଭୋଜପୁରୀ ଚଳଚ୍ଚିତ୍ର ‘ହମ୍‍ ତୋ ହୋ ଗୟି ନି ତୋହାର’ରେ ଅଭିନୟ କରିଥିବା ରବି କିଶନ ଶ୍ରୀପଦାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଅତ୍ୟନ୍ତ ନମ୍ର ଓ ଭଦ୍ର ଥିଲେ ବୋଲି ରବି କହିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories