ଇନ୍ଦୌର : କରୋନା ଭୂତାଣୁର କାୟା ସାରା ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି। କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟରେ ଲକଡାଉନ ସହ କଟକଣା ଲାଗୁ କରାଯାଇଛି। ଅତି ଆବଶ୍ୟକ ନହେଲେ ଲୋକଙ୍କୁ ଘରୁ ନବାହାରିବାକୁ ବାରଣ କରାଯାଉଛି। ମଧ୍ୟପ୍ରଦେଶର ଇନ୍ଦୌରରେ କରୋନା ସନ୍ଧ୍ୟାଆଇନ ସମୟରେ ଜଣେ ବ୍ୟକ୍ତି ନିଜ କୁକୁୁରକୁ ବୁଲାଇବା ପାଇଁ ବାହାରକୁ ନେଇଯାଇଥିଲେ। ବ୍ୟକ୍ତିଙ୍କର ଏହି ଭୁଲ କାରଣରୁ କୁକୁରକୁ ମଧ୍ୟ ଜେଲରେ ଯିବାକୁ ପଡିଛି। ପୁଲିସ ମାଲିକ ଓ ତା’ର କୁୁକୁରକୁ ଗିରଫ କରିଛି।
ଇନ୍ଦୌରର ପଲାସିୟା ଥାନା ଅଞ୍ଚଳରେ କରୋନା ସନ୍ଧ୍ୟାଆଇନ ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ପୋଷା କୁକୁର ସହ ବୁଲୁଥିଲେ। କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପୁଲିସ ଉଭୟଙ୍କୁ ଗିରଫ କରିଛି। ପୁଲିସ କହିବା ଅନୁଯାୟୀ ଉଭୟଙ୍କୁ ଗିରଫ କରାଯାଇ ଅଣାଯାଇଥିଲେ ମଧ୍ୟ ପରେ ଛାଡି ଦିଆଯାଇଛି।
କରୋନା କଟକଣା ଉଲ୍ଲଙ୍ଘନ ; ମାଲିକ ସହ କୁୁକୁର ଗଲା ଜେଲ
Popular Categories



