www.samajalive.in
Saturday, December 6, 2025
19.1 C
Bhubaneswar

ଆଜି ଉପରାଜ୍ୟପାଳଙ୍କୁ ଭେଟିବେ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି (ମଙ୍ଗଳବାର) ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କୁ ଭେଟିବେ ବୋଲି ଜଣାପଡିଛି। ଅପରାହ୍ଣ ୪ଟା ୩୦ରେ ଭେଟିବା ପାଇଁ  କେଜ୍ରିଓ୍ବାଲ ଉପରାଜ୍ୟପାଳଙ୍କ ଅନୁମତି ଲୋଡିଛନ୍ତି। ସୂଚନାଯୋଗ୍ୟ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ତରଫରୁ ଜାମିନ ପାଇବା ପରେ କେଜ୍ରିଓ୍ବାଲ ଚଳିତମାସ ୧୩ରେ ତିହାର ଜେଲରୁ ମୁକୁଳିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ଜାମିନରେ ଥିବାବେଳେ କେଜରିୱାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ସଚିବାଳୟ ଯାଇପାରିବେନି। ଏଥିସହିତ ଉପରାଜ୍ୟପାଳଙ୍କ ବିନା ଅନୁମତିରେ କେଜ୍ରିଓ୍ବାଲ କୌଣସି ସରକାରୀ ଫାଇଲରେ ଦସ୍ତଖତ ମଧ୍ୟ କରିପାରିବେନି ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କେଜ୍ରିଓ୍ବାଲ ରବିବାର ଘୋଷଣା କରିଛନ୍ତି। ତେଣୁ ଉପରାଜ୍ୟପାଳଙ୍କୁ ଭେଟି କେଜ୍ରିଓ୍ବାଲ ନିଜର ଇସ୍ତଫା ପତ୍ର ଦାଖଲ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ସୁପ୍ରିମକୋର୍ଟରୁ ନ୍ୟାୟ ମିଳିଥିଲେ ସୁଦ୍ଧା ଦିଲ୍ଲୀବାସୀ ଯେପର୍ଯ୍ୟନ୍ତ ତାଙ୍କୁ ନିର୍ଦୋଷ ପ୍ରମାଣପତ୍ର ଦେଇନାହାନ୍ତି, ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି କେଜରିୱାଲ ସ୍ପଷ୍ଟ କରିଛନ୍ତି। କେଜରିୱାଲ ଇସ୍ତଫା ଦେ​‌ଲେ ଆପ୍‌ ମନ୍ତ୍ରୀ ଅତିଶୀ, କୈଳାସ ଗେହଲଟ୍‌, ସୌରଭ ଭରଦ୍ବାଜ କିମ୍ବା କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories