www.samajalive.in
Sunday, December 7, 2025
26.1 C
Bhubaneswar

ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ, ବାହାର ସ୍ଥାନକୁ ଯାତ୍ରା କରିବେ

ମେଷ: ଭ୍ରାତୃସ୍ନେହ ଅତୁଟ ରହିଲେ ବି ବିକୃତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ସରକାରୀ ସେବା କ୍ଷେତ୍ରରେ ରହି ପ୍ରଶଂସାର ପାତ୍ର ହେଲେ ବିଭୁକୃପା ମିଳିବା କଷ୍ଟସାଧ୍ୟ। ଖଳ ସଙ୍ଗ ପରିତ୍ୟାଗ କଲେ ଶତ୍ରୁ କରାୟତ ହେ​‌ବେ।
ବୃଷ: କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ଶ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହୋଇପାରେ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପୁଣ୍ୟ ନାଶ ହେବ। ପୀଡ଼ିତ ହେବେ।
ମିଥୁନ: ଉଦାର ସ୍ବଭାବ ସମ୍ପନ୍ନ ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ; ମାତ୍ର ଶାରୀରିକ ଅସୁସ୍ଥତା ଅନୁଭବ କରିବା ସହିତ ଥଣ୍ଡା ଜନିତ ସାମାନ୍ୟ କ୍ଲେଶ ଭୋଗିପାରନ୍ତି। କର୍କଟ: ଆସ୍ତିକ ପ୍ରବୃତ୍ତିର ହେବେ। ମନ ପ୍ରସନ୍ନ ରହିବ। ଭାଷା, ସ୍ନେହ, ଶ୍ରଦ୍ଧାଯୁକ୍ତ ହେ​‌େ​‌ବ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେଇପାରେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସର୍ବତ୍ର ବିଜୟୀ ହେବେ।
ସିଂହ: ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁର ଭାଷା, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।

କନ୍ୟା:ସତ୍‌ମାର୍ଗରେ ପରିଚାଳିତ ହୋଇ ଅଭୀଷ୍ଟ ପୂରଣ କରିପାରନ୍ତି। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳିପାରେ। ମାଲି ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। କ୍ରୂର ସ୍ବଭାବ ସମ୍ପନ୍ନ ହୋଇପାରନ୍ତି।
ତୁଳା: ରାଜଯୋଗ ଅଛି। ଅସାଧ୍ୟ ସାଧନ କରିପାରନ୍ତି। ପରୋପକାରୀ ହେବେ। ଧର୍ମ କାର୍ଯ୍ୟରେ ଧନବ୍ୟୟ କରିବେ। ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଦ୍ବିତ ପ୍ରିୟ ଓ ବ୍ରାହ୍ମଣ ବିରୋଧୀ ହୋଇପାରନ୍ତି।
ବିଛା: ବ୍ୟର୍ଥ ସମୟରୁ ଶତକଡ଼ା ଶହେଭାଗ ସଫଳତା ମିଳିବ। ସରକାରୀ ଧନ ଓ ସମ୍ମାନ ସବୁକିଛି ମିଳିପାରେ। ତେଜିୟାନ୍ ହେବେ। ନୀତିନିଷ୍ଟ ହୋଇପାରନ୍ତି। କଲ୍ୟାଣକାରୀ କାର୍ଯ୍ୟ କରି ସନ୍ତୁଷ୍ଟ ହେବେ।
ଧନୁ:ସାଧୁ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶ୍ରେଷ୍ଟାସନରେ ଆସୀନ ହୋଇପାରନ୍ତି। ଦୟାଦ୍ରଚିତ୍ତ ହେବେ। ବିନୟୀ ଓ ସ୍ବଭାବ ସମ୍ପନ୍ନ ହେବେ। ସରକାରୀ ସ୍ତରରୁ ଉପକୃତ ହେବେ। ପାରିବାରିକ ସ୍ନେହ ରହିବ।
ମକର: ଗୁରୁ ଭକ୍ତିରେ ଅଟଳ ରହିପାରନ୍ତି। ଶାସ୍ତ୍ରାନୁମୋଦି କାର୍ଯ୍ୟରୁ ବିଚ୍ୟୁତ ହେବେନାହିଁ। ସନ୍‌ମାର୍ଗୀ ହେବେ। ପୁଣ୍ୟାର୍ଜନରେ ତତ୍ପର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ। ଦିନଟି ସୁଖ ପୂର୍ଣ୍ଣ ହେବ।

- Advertisement -

କୁମ୍ଭ:ସତ୍ୟାର୍ଜନ ପାଇଁ ପ୍ରବଳ ଇଚ୍ଛାଶକ୍ତି ଥାଇବି; ସମ୍ମୁଖ ସଂଗ୍ରାମରୁ ବିରତ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭବାନ ହେବ। ବ୍ୟର୍ଥତା ସ୍ବୀକାର କରିବାକୁ ପଡ଼ିବ। ଅସୁଖୀ ହେବେ।
ମୀନ: ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସଚ୍ଚା ସେବକର ମାନ-ମର୍ଯାଦା ଯୁକ୍ତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କ ଉପଦେଶ ମାନି ଚଳିବାକୁ ପଡ଼ିବ। ସମ୍ମାନିତ ହେବେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories