ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫଦାରୀକୁ ଭୟ କରୁଛନ୍ତି। ଭୟରେ ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲ ପିଟିସନ ଦାୟର କରି କହିଛନ୍ତି ଯେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡ଼ିକୁ ସହଯୋଗ କରିବାକୁ ମୁଁ ପ୍ରସ୍ତୁତ, କିନ୍ତୁ ମୋତେ ଗିରଫ କରିବାକୁ ଇଡିକୁ ଅଟକାଯାଉ। ଦେଇଥିବା ପିଟିସନରେ ଇଡ଼ି ତାଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରିଛନ୍ତି କେଜ୍ରିୱାଲ। ଏଥିପାଇଁ ସେ ଆଗୁଆ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ଆଜି ଶୁଣାଣି ହେବ। ୯ମ ଥର ସମନ କରି ଆଜି ହାଜର ହେବାକୁ କେଜ୍ରିୱାଲଙ୍କୁ କୁହାଯାଇଥିଲା। କିନ୍ତୁ ସେ ଇଡ଼ିକୁ ଯିବା ପୂର୍ବରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କ ୯ଥର ସମନ ଜାରି କରିଛି ଇଡ଼ି। ପୂର୍ବରୁ ୮ଥର ସମନକୁ ଅଣଦେଖା କରିଛନ୍ତି କେଜ୍ରିୱାଲ । ଗୁରୁବାର ୯ମ ସମନରେ ଇଡ଼ିରେ ଅରବିନ୍ଦ କେଜ୍ରିୱାଲ ହାଜର ହେବାକୁ କୁହାଯାଇଛି। ତେବେ ଏହି ସମୟରେ ଗିରଫ ହେବା ଭୟରେ ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
Popular Categories



