ସମାଜ ଡିଜିଟାଲ ଡେସ୍କ: ବିଶ୍ବାସ କରିବା କଷ୍ଟକର ଯେ ସମାନ ସମ୍ପ୍ରଦାୟରେ ଏକାଠି ବସବାସ କରୁଥିବା ପୁରୁଷ ଏବଂ ମହିଳା ଭିନ୍ନ ଭାଷା କହିଥାନ୍ତି। ନାଇଜେରିଆସ୍ଥିତ ଉବାଙ୍ଗ ବାସିନ୍ଦାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ସତ ଅଟେ। ପୁରୁଷ ଏବଂ ମହିଳାଙ୍କ ଭାଷା ସମ୍ପୂର୍ଣ୍ଣ ଅଲଗା।
କୌତୁହଳର ବିଷୟ, ଉବାଙ୍ଗରେ ଉଭୟ ପୁରୁଷ ଏବଂ ମହିଳା ଭିନ୍ନ ଭାଷା କହିବା ସତ୍ତ୍ବେ ପରସ୍ପରକୁ ସମ୍ପୂର୍ଣ୍ଣ ରୂପେ ବୁଝିବାରେ ସକ୍ଷମ ଅଟନ୍ତି। ଉବାଙ୍ଗ ଜନଜାତି ସମ୍ପର୍କରେ ଅଧ୍ୟୟନ କରୁଥିବା ପ୍ରଫେସର ଚି ଚି କହିଛନ୍ତି, ପ୍ରାୟ ୫୦୦ ବର୍ଷ ତଳୁ ସେମାନେ ଏଭଳି ପରମ୍ପରାରେ ଜୀବନ ଅତିବାହିତ କରୁଛନ୍ତି। ପୁରୁଷ ଓ ମହିଳା କହୁଥିବା ଭିନ୍ନଭିନ୍ନ ଭାଷାରେ କେତୋଟି ଶବ୍ଦରେ ସମାନତା ମଧ୍ୟ ରହୁଛି। ଅନେକ ବର୍ଷ ତଳେ ଜନଜାତିରେ କୌଣସି କଥାକୁ ନେଇ ମତଭେଦ ହେବା ପରେ ଏପରି ଭିନ୍ନ ଭାଷା କହିବା ନିୟମ ପ୍ରଚଳିତ ହୋଇଥିବା ଅନୁମାନ କରିଛନ୍ତି ଗବେଷକ ମୁଖ୍ୟ।



