BJD Bijuli 480×75 Mob

ଭିଡ଼ିଓ କନଫରେନ୍ସିଂରେ କୋର୍ଟରେ ହାଜର ହେଲେ କେଜ୍ରିୱାଲ, କହିଲେ ‘ମୁଁ ଆସିବାକୁ ଚାହୁଁଥିଲି’. . .

BJD Bijuli 480×75 Mob

ନୂଆଦିଲ୍ଲୀ: ମଦ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶନିବାର ରାଉସ୍‍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । ନୋଟିସ ପରେ କୋର୍ଟରେ ସିଧାସଳଖ ହାଜର ନହୋଇ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ ହାଜର ହୋଇଥିଲେ । ମଦ ଦୁର୍ନୀତି ମାମଲାରେ ଇଡ଼ି ପକ୍ଷରୁ ୫ଥର ନୋଟିସ କରିବା ସତ୍ୱେ ହାଜର ହୋଇନଥିଲେ କେଜ୍ରିୱାଲ । କାହିଁକି ହାଜର ହୋଇନଥିଲେ ଉତ୍ତର ଦେଇ କେଜ୍ରିୱାଲ କହିଛନ୍ତି ଯେ ମୁଁ ଆସିବାକୁ ଚାହିଁଥିଲି, କିନ୍ତୁ ବଜେଟ ଅଧିବେଶନ ଥିବାରୁ ଆସିପାରିନଥିଲି । ଏବେ କୋର୍ଟ ଯେଉଁ ତାରିଖ ଦେବେ ସେଥିରେ ମୁଁ ହାଜର ହେବି । ଏହି ଉତ୍ତରରେ ଇଡ଼ି ପକ୍ଷରୁ ମଧ୍ୟ କୌଣସି ବିରୋଧ କରାଯାଇନଥିଲା । ଏହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ହେବ ବୋଲି ଜଣାପଡିଛି । ସେଦିନ ସକାଳ ୧୦ଟାରେ କୋର୍ଟରେ ହାଜର ହେବ ଅରବିନ୍ଦ କେଜ୍ରିୱାଲ ।

Comments are closed.