www.samajalive.in
Saturday, December 6, 2025
16.1 C
Bhubaneswar

ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ଆଇପିଏସ୍‌ ଅରୁଣ କୁମାର ଷଡ଼ଙ୍ଗୀ ମଙ୍ଗଳବାର ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୬ ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ମୋତେ ଏକ ଗୁରୁ ଦାୟିତ୍ୱ ମିଳିଛି। ଗୁରୁ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତା ସହ ନିର୍ବାହ କରିବି। ପରୀକ୍ଷାରେ ସ୍ୱଚ୍ଛତା ଓ ଚୟନ ପକ୍ରିୟାରେ ସ୍ୱଚ୍ଛତା ଆଣିବା ଆମର ପ୍ରାଥମିକତା ରହିବ। ଠିକ୍ ସମୟରେ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଟଙ୍କା ବା ଲାଞ୍ଚ ଦେଇ ଯଦି କେହି ପରୀକ୍ଷାର୍ଥୀଙ୍କୁ ଚାକିରି ଦେବା ପାଇଁ କହୁଛି, ତେବେ ତାହା କେବଳ ଠକେଇ ପାଇଁ କହୁଛି। ପରୀକ୍ଷାର୍ଥୀ ସେଥିରେ ନ ପଡ଼ିବା ପାଇଁ ପରାମର୍ଶ ଦେଉଛି। ସାଢ଼େ ୩୩ ବର୍ଷ ପୁଲିସ ଚାକିରି ପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ଏହାକୁ ମଧ୍ୟ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି ବୋଲି ମତ ପ୍ରକାଶ କରିଛନ୍ତି ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories