www.samajalive.in
Saturday, December 6, 2025
26.1 C
Bhubaneswar

ଭରତପୁର ଥାନା ମାମଲା: ସରକାରଙ୍କ ପଦକ୍ଷେପକୁ ହାଇକୋର୍ଟଙ୍କ ପ୍ରଶଂସା

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ସିସିଟିଭି ନଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଭରତପୁର ଥାନା ଘଟଣାରେ ପୁଲିସର ତଦନ୍ତ ଜାରି ରହିଥିବାବେଳେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ହାଇକୋର୍ଟ। ଥାନାରେ ସେନା ବାହିନୀର ସଦସ୍ୟଙ୍କ ସହ ଉତ୍ତମ ବ୍ୟବହାର ପାଇଁ ରାଜ୍ୟ ସରକାର ଏସଓପି ଆଣିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ସରକାର। ରାଜ୍ୟରେ ୫୯୩ଟି ଥାନା ମଧ୍ୟରୁ ୪୫୬ଟି ଥାନାରେ ସଠିକ୍ ଭାବରେ କାମ କରୁନି ସିସିଟିଭି କ୍ୟାମେରା। ଆସନ୍ତା ୧୫ ଦିନ ମଧ୍ୟରେ ବାକି ୧୩ଟି ଥାନାରେ ଲାଗିବ ସିସିଟିଭି କ୍ୟାମେରା। ସବୁ ସିସିଟିଭି କ୍ୟାମେରାର ନିୟନ୍ତ୍ରଣ ଜିଲା ଏସପି ଅଫିସ ଓ ଡିଜି ଅଫିସରେ ରହିବା ନେଇ ଯୋଜନା ଚାଲିଛି ବୋଲି ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ନଭେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Hot this week

ସ୍ୱାମୀ ହତ୍ୟାକରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories