କଂଗ୍ରେସରେ ଯୋଗଦେଲେ ଅଭିନେତ୍ରୀ ଅର୍ସି ଖାନ

0

ମୁମ୍ବଇ : ବିବାଦୀୟ ରିଆଲିଟି ସୋ ବିଗବସ ସିଜନ ୧୧ରେ ଅଭିନେତ୍ରୀ ଅର୍ସି ଖାନ ପ୍ରତିଯୋଗୀ ରୂପେ ଭାଗ ନେଇଥିଲେ। ନିଜର ବିବାଦୀୟ ବୟାନ ଓ କାର୍ଯ୍ୟକୁ ନେଇ ସେ ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ। ମିଳିଥିବା ସୂଚନା ଅନୁସାରେ ଅର୍ସି ଖାନ ରାଜନୀତିରେ ଯୋଗ ଦେଇଛନ୍ତି। ଅର୍ସି ଖାନ କଂଗ୍ରେସରେ ଯୋଗ ଦେଇଛନ୍ତି। ଅର୍ସି ଖାନ କଂଗ୍ରେସରେ ଯୋଗ ଦେବା ପରେ ତାଙ୍କୁ ଦଳୀୟ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଅର୍ସିଙ୍କୁ ମୁମ୍ବଇ ପ୍ରଦେଶର ସଂଖ୍ୟାଲଘୁ ମଙ୍ଗଳ କମିଟିର ଉପ ସଭାପତି ଦାୟିତ୍ୱ ଦିଆଯାଇଛି। ଏହାକୁ ନେଇ ଅର୍ସିଙ୍କ କହିବା ଅନୁସାରେ ମତେ କଂଗ୍ରେସରେ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ମୁଁ ଦାୟିତ୍ୱର ସହ ସହ ପାଳନ କରିବି। ଅର୍ସି ଖାନ ଏହି ଖବର ନିଜ ଇନଷ୍ଟାଗାମ ଆକାଉଣ୍ଟ ମାଧ୍ୟମରେ ଜଣାଇଥିଲେ। ସାମାଜିକ ଗଣମାଧ୍ୟମରେ ଅର୍ସି ଖାନ ବହୁତ ସକ୍ରିୟ ରହୁଛନ୍ତି।

kalyan agarbati
Leave A Reply