ଲାଞ୍ଚ ନେଇ ଗିରଫ ହେଲେ ପୁଲିସ ବାବୁ

0

କଳାହାଣ୍ଡି: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ପୁଲିସ ବାବୁ । କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଫାଣ୍ଡିର ପୁଲିସ୍ ଏଏସଆଇ ଗୟା କୁମାର ସେନାପତି ଜଣଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପହଞ୍ଚି ଟଙ୍କା ସହ ଧରିଥିଲା । ଏକ ମାମଲାର ସମାଧାନ ପାଇଁ କର୍ଲାମୁଣ୍ଡା ଅଞ୍ଚଳର କୃଷ୍ଣଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଶ୍ରୀ ସେନାପତି ଭିଜିଲାନ୍ସ ଦ୍ବାରସ୍ଥ ହୋଇଥିଲେ । ଫଳରେ ଆଜି ଲାଞ୍ଚ ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ପୁଲିସ ବାବୁଙ୍କୁ ଗିରଫ କରିଥିଲା ।

Leave A Reply