www.samajalive.in
Sunday, December 7, 2025
23.1 C
Bhubaneswar

ଡକାୟତି ଉଦ୍ୟମ ପଣ୍ଡ: ତିନି ପି.ଏଲ୍.ଏଫ୍.ଆଇ. ସଦସ୍ୟ ଗିରଫ

ଦେବଗଡ: ଡକାୟତି ଯୋଜନା କରୁଥିବା ବେଳେ ବାରକୋଟ ଥାନା ପୁଲିସ ୩ଜଣ ଦୁର୍ଦ୍ଦାନ୍ତ ପି.ଏଲ.ଏଫ୍.ଆଇ.ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ଦେଶୀ ପିସ୍ତଲ, ଗୋଟିଏ ଚାଇନା ନିର୍ମିତ ସେମି ଅଟୋମେଟିକ ପିସ୍ତଲ, ୭ଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା ଓ ୩ଟି ମୁଖା ଜବତ ହୋଇଥିବା ଜଣାପଡିଛି। ତେବେ ଘଟଣାସ୍ଥଳରୁ ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି।  ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଏସ୍.ପି.ରାହୁଳ ଜୈନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ରାତି ପ୍ରାୟ ୧୧ଟା ସମୟରେ କେତେକ ଡକାୟତ କୌଣସି ସ୍ଥାନରେ ଡକାୟତି ପାଇଁ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ଯୋଜନା କରୁଥିଲେ। ଏସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ବାରକୋଟ ଥାନା ଆଇ.ଆଇ.ସି. ଚିତ୍ତ ରଞ୍ଜନ ବେହେରା ଓ ସବ ଇନ୍ସପେକ୍ଟର ଦେବାଶିଷ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଝାରଖଣ୍ଡ ରାଜ୍ୟ ଟୋରପା ଜିଲା ଖୁଂଟି ଥାନା ଅଞ୍ଚଳର ମଣ୍ଟୁ ଓରଫ୍ ଯୋଗେଶ୍ୱର ସିଂ(୩୦), ସିମଡେଗା ଜିଲା ଜଲଦେଗା ଥାନା ଅଞ୍ଚଳର ମୁନା ଓରଫ୍ ମନୋଜ କାଣ୍ଡୁଲାନା(୨୩) ଏବଂ ସୁନ୍ଦରଗଡ ଜିଲା ବଣାଇଁଗଡ ଥାନା ଅଞ୍ଚଳର ପଣ୍ଡୁଆ ଗ୍ରାମର ଦିଲ୍ଲିପ କେଶରୀ (୩୨)ପ୍ରମୁଖ ତିନି ଜଣ ପି.ଏଲ୍.ଏଫ୍.ଆଇ. ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ତେବେ ଟୋରପା ଜିଲା ଖୁଂଟି ଥାନା ଅଞ୍ଚଳର ମାଇକେଲ ଡୋଡ୍ରାଇ ଓ ଅବିନାଶ ଟପ୍ନୋ ନାମକ ଅନ୍ୟ ୨ ଜଣ ଡକାୟତ କୌଶଳ କ୍ରମେ ସେଠାରୁ ଫେରାର ହୋଇଯାଇଥିଲେ।

- Advertisement -

ଗିରଫ ପି.ଏଲ୍.ଏଫ୍ .ଆଇ.ସଦସ୍ୟ ମାନଙ୍କ ମଧ୍ୟରୁ ମନୋଜ କାଣ୍ଡୁଲାନା ନାମରେ ପୂର୍ବରୁ ହତ୍ୟା, ଡକାୟତି ଓ ବ୍ୟାଙ୍କ ଲୁଟ୍‌ ଭଳି ମାମଲା ରହିଛି। ସେହିପରି ଯୋଗେଶ୍ୱର ଓ ଦିଲ୍ଲିପ ସମେତ ଫେରାର ଦୁଇ ଜଣଙ୍କ ନାମରେ ଝାରଖଣ୍ଡ ରାଜ୍ୟ ସମେତ ଓଡିଶାର ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories