www.samajalive.in
Sunday, December 7, 2025
26.1 C
Bhubaneswar

ଦେଶ ପାଇଁ ସହିଦ ହେଲା ସେନାର କୁକୁର- ଆତଙ୍କବାଦୀଙ୍କ ସହ ଲଢିବା ବେଳେ ଗୁଳିମାଡରେ ଟଳିପଡିଲା

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ରାଜୌରି ଜିଲା ନର୍ଲା ଅଞ୍ଚଳରେ ଆତଙ୍କବାଦୀଙ୍କ ସହିତ ସଂଘର୍ଷରେ ସେନାର ଏକ କୁକୁର ସହିଦ ହୋଇଛି। ସହିଦ କୁକୁରର ନାମ ହେଉଛି କେଣ୍ଟ।

ଏହାର ବୟସ ୬ବର୍ଷ ଓ ଲାବ୍ରାଡର ପ୍ରଜାତିର। କେଣ୍ଟ ୨୧ ସେନା ୟୁନିଟ୍‌ରେ କାର୍ଯ୍ୟରତ ଥିଲା। ମଙ୍ଗଳବାର ଗୁଳିବିନିମୟ ସମୟରେ କେଣ୍ଟ ସେନାର ଯବାନଙ୍କୁ ଲୁଚି ରହିଥିବା ଆତଙ୍କବାଦୀଙ୍କ ଆଡକୁ ବାଟ କଢାଇ ନେଉଥିଲା।

- Advertisement -

ଏହି ସମୟରେ କେଣ୍ଟ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲା। ଏହି ଗୁଳିବିନିମୟରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛି। ଏହା ସହିତ ସେନାର ଦୁଇଜଣ ଯବାନଙ୍କ ସମେତ ୩ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

 

ଆତଙ୍କବାଦୀଙ୍କ ଆକ୍ରମଣରେ କ‌େର୍ଣ୍ଣଲ, ମେଜର ଓ ଡିଏସପିଙ୍କ ସହିତ ୪ ସହିଦ

-କାଶ୍ମୀରର ଅନନ୍ତନାଗ ଜିଲାରେ ବୁଧବାର ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟରେ ତିନିଜଣ ସୁରକ୍ଷା ଅଧିକାରୀ ସହିଦ ହୋଇଛନ୍ତି। ସହିଦ ଅଧିକାରୀମାନେ ହେଲେ ସେନାର କ​‌େ​‌ର୍ଣ୍ଣଲ ମନପ୍ରୀତ ସିଂହ, ମେଜର ଆଶିଷ ଧୋନଚକ ଓ ଜାମ୍ମୁ-କାଶ୍ମୀର ପୁଲିସର ଡିଏସପି ହୁମାୟୁନ ଭଟ୍ଟ। ଏହି ତିନିଜଣ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ। ମାତ୍ର ଚିକିତ୍ସାଧୀନ
ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ରାତିରୁ ଗାରୋଳ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯାନର ନେତୃତ୍ବ ନେଇଥିଲେ ୧୯ ରାଷ୍ଟ୍ରୀୟ ରାଇଫଳର କ​‌େ​‌ର୍ଣ୍ଣଲ ମନପ୍ରୀତ ସିଂହ। ମଙ୍ଗଳବାର ରାତିରେ ଅଭିଯାନ ସାମୟିକ ବନ୍ଦ ପରେ ବୁଧବାର ସକାଳେ ପୁଣି ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯାନ ସମୟରେ କ​‌େ​‌ର୍ଣ୍ଣଲ ସିଂହ ଓ ଅନ୍ୟ ଦୁଇ ଅଧିକାରୀ ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ପ୍ରତିରୋଧ ବାହିନୀ (ରେଜିଷ୍ଟାନ୍ସ ଫୋର୍ସ) ନିଜକୁ ଦାୟୀ କରିଛି। ରେଜିଷ୍ଟାନ୍ସ ଫୋର୍ସକୁ ଜାମ୍ମୁ-କାଶ୍ମୀରରେ ନିଷିଦ୍ଧ କରାଯାଇଛି।

ଅନ୍ୟପଟେ ମଙ୍ଗଳବାର ରାତିରେ ରାଜୌରି ଜିଲାର ନର୍ଲା ଅଞ୍ଚଳରେ ହୋଇଥିବା ଏକ ଗୁଳିବିନିମୟରେ ସେନାର ଜଣେ ଯବାନ ସହିଦ ହୋଇଥିଲେ। ସହିଦ ଯବାନ ହେଉଛନ୍ତି ରବି। ଏହି ଘଟଣାରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

.

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories