www.samajalive.in
Saturday, December 13, 2025
18.1 C
Bhubaneswar

ଭାରତୀୟ ସେନାରେ ସାମିଲ ହେଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତୋପ ‘ଧନୁଷ’

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତୋପ ‘ଧନୁଷ’। ଭାରତୀୟ ସେନାରେ ସାମିଲ ହୋଇଥିବା ଧନୁଷ ବୋଫର୍ସ ତୋପ ଠାରୁ ଅଧିକ ଉନ୍ନତ । ଏହା ଭାରତୀୟ ସେନାକୁ ଶତୃ ପକ୍ଷକୁ ମାତ ଦେବାରେ ବହୁ ସହାୟକ ହେବ। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଭାରତୀୟ ସେନାରେ ଏହାକୁ ସାମିଲ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ବୋଫର୍ସ ତୋପ ଠାରୁ ଅଧିକ ଶକ୍ତିଶାଳୀ। ଏହି ଧନୁଷ ତୋପ ଶତୃପକ୍ଷକୁ ଉପଯୁକ୍ତ ମୁକାବିଲା କରିବାରେ  ସକ୍ଷମ ହେବା ସହ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଶତୃପକ୍ଷକୁ ଟାର୍ଗେଟ କରିପାରିବ। ୨୦୨୨ ସୁଦ୍ଧା ୧୪୪  ଧନୁଷ ତୋପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ‘ଧନୁଷ’  ହେଉଛି ‘ବୋଫର୍ସର’ ସ୍ୱଦେଶୀ ଉନ୍ନତ ସଂସ୍କରଣ । ଏହାକୁ ଅଧିକ ଶକ୍ତିଶାଳୀ କରିବାକୁ ଆମେରିକାର ପ୍ରିସିଜନ ଗାଇଡେଡ୍‌ ଏକ୍ସକୈଲିବର୍‌ ଆର୍ଟିଲରୀ ଆମିନେସନ୍‌କୁ ସେନା ସାମିଲ କରିଛି । ଏହା ଦ୍ୱାରା ତୋପରେ ଅତ୍ୟାଧୁନିକ ଗୋଳା ବାରୁଦକୁ ବ୍ୟବହାର କରାଯାଇ ପାରିବ । ସେନା ପ୍ରଥମେ ଆମେରିକାର ଏକ୍ସକୈଲିବର୍‌କୁ କିଣିଛି । ଏହା ୪୦ କିଲୋମିଟର ଦୂର ଯାଏଁ ଲକ୍ଷ୍ୟ ଭେଦ କରିପାରିବ । ଧନୁଷ ଉଭୟ ରାତିରେ ଓ ଦିନରେ ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କରି ପାରିବାର କ୍ଷମତା ରଖିଛି ।

ଧନୁଷ ଭାରତୀୟ ସେନାରେ ସାମିଲ ହେବା ପୂର୍ବରୁ ସମସ୍ତ ପରୀକ୍ଷାରେ ଉନ୍ନୀତ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ସିଆଚିନର ବରଫାଞ୍ଚଳ ଠାରୁ ଆରମ୍ଭ କରି ରାଜସ୍ତାନ ମରୁଭୂମିର ଭୀଷଣ ଗରମ ଅଞ୍ଚଳରେ ମଧ୍ୟ କାମ କରିବାରେ ସକ୍ଷମ। ୨୦୧୭ରେ ଏହି ତୋପର ନିର୍ମାଣରେ ବ୍ୟାପକ ଅନିୟମିତତା ଏବଂ ଏହି ତୋପର ନିର୍ମାଣର କମ୍‍ ମୁଲ୍ୟରେ ଚୀନରୁ କିଣାଯାଇଥିବା ଯନ୍ତ୍ରପାତିର ବ୍ୟବହାର ହୋଇଥିବା ଅଭିଯୋଗ ଆସିଥିଲା।  ସିବିଆଇ ଏହାର  ଯାଞ୍ଚ କରୁଥିଲା କିନ୍ତୁ ସରକାର  ସଂସଦରେ ଏନେଇ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ଧନୁଷ ନିର୍ମାଣରେ ଅନିୟମିତତା ହୋଇନାହିଁ । ଧନୁଷର ଓଜନ ୧୩ ଟନ ହୋଇଥିବା ବେଳେ ଗୋଟିଏ ତୋପର ନିର୍ମାଣରେ  ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।

- Advertisement -

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories