ବେଙ୍ଗାଲୁରୁ : ଜାତୀୟ କ୍ରିକେଟ୍ ଏକାଡେମୀ(ଏନ୍ସିଏ) ମୁଖ୍ୟ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ବେଙ୍ଗାଲୁରୁରେ ୧୬ରାଷ୍ଟ୍ରମଣ୍ଡଳ ଦେଶର ଯୁବ ପୁରୁଷ ଓ ମହିଳା କ୍ରିକେଟରଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଏହାର ଆୟୋଜନ ବିସିସିଆଇ ପକ୍ଷରୁ କରାଯାଇଛି। ବିଦେଶ ଏବଂ କ୍ରୀଡା ମନ୍ତ୍ରଣାଳୟର ସହଯୋଗରେ ବିସିସିଆଇ ଏହି ଶିବିରକୁ ଆୟୋଜିତ କରିଛି।

ବିସିସିଆଇ ପକ୍ଷରୁ ଜାରୀ ବିଜ୍ଞପ୍ତି ଅନୁସାରେ, ଏହି ପ୍ରଶିକ୍ଷଣ ଶିବିର ଅକ୍ଟୋବର ୦୧ରୁ ଆରମ୍ଭ ହୋଇଛି। ଯାହା ଏକ ମାସ ଅର୍ଥାତ ଅକ୍ଟୋବର ୩୦ପର୍ୟ୍ୟନ୍ତ ଚାଲିବ। ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ଖେଳାଳିମାନେ ଏଥିରେ ପ୍ରଶିକ୍ଷଣ ନେଉଛନ୍ତି। ଖେଳାଳିମାନଙ୍କୁ ଗୃହ, କ୍ରିକେଟ କିଡ୍ସ, ପୋଷାକ ଭଳି ଅନେକ ସୁବିଧା ଯୋଗାଇ ଦିଆଯାଇଛି।



