ମୁମ୍ବଇ : ମୁମ୍ବଇର ଏକ ଅଦାଲତ ପିଏମ୍ସି ବ୍ୟାଙ୍କ ଦୁର୍ନୀତି ମାମଲାର ତିନିଜଣ ଅଭିଯୁକ୍ତଙ୍କୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ସେହି ତିନିଜଣ ଅଭିଯୁକ୍ତ ହେଉଛନ୍ତି ହାଉସିଂ ଡେଭଲପ୍ମେଣ୍ଟ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାକେଶ ୱାଧୱା, ତାଙ୍କ ପୁଅ ସାରଙ୍ଗ ଓ ପିଏମ୍ସି. ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ୱାରିଅମ୍ ସିଂହ। ସେମାନଙ୍କୁ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଏସ୍ଜି ଶେଖ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ପରେ ପ୍ରବର୍ତ୍ତନ ନିର୍ଦେଶାଳୟ କଳାଧନ ନିବାରଣ ଆଇନ ପାଇଁ ଥିବା ମୁମ୍ବାଇର ସ୍ୱତନ୍ତ୍ର ଅଦାଲତଙ୍କର ଦ୍ୱାରସ୍ଥ ହୋଇ ୱାଧୱାଙ୍କୁ ହାଜତକୁ ନେବାପାଇଁ ଚାହିଁଥିଲା। କୋର୍ଟ କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ନ କରି ପ୍ରବର୍ତ୍ତନ ନିର୍ଦେଶାଳୟକୁ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ କହିଛନ୍ତି।
ଚଳିତମାସ ପ୍ରାରମ୍ଭରେ ମୁମ୍ବାଇ ପୋଲିସ୍ ଅର୍ଥନୈତିକ ଅପରାଧ ଶାଖା ୱାଧୱା ଏବଂ ପିଏମ୍ସି ବ୍ୟାଙ୍କର ପ୍ରମୁଖ କର୍ମକର୍ତ୍ତାମାନଙ୍କ
ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିଥିଲା। ସେମାନେ ବ୍ୟାଙ୍କ ପ୍ରତି ୪ ହଜାର ୩୫୫ କୋଟି ଟଙ୍କାର କ୍ଷତି ପହଞ୍ଚାଇଥିବାର ଅଭିଯୋଗ ରହିଛି।



