BJD Bijuli 480×75 Mob

ପଥର ମାଡ଼ରେ ଯବାନ ମୃତ

BJD Bijuli 480×75 Mob
0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନ୍ତନାଗଠାରେ ପଥର ମାଡ଼ରେ ଗୁରୁତର ଆହତ ଭାରତୀୟ ସେନା ଯବାନଙ୍କ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯବାନଙ୍କ ଘର ଉତ୍ତରାଖଣ୍ଡର ପିରୋରାଗଡ଼ରେ ଓ ତାଙ୍କ ନାମ ରାଜେନ୍ଦ୍ର ସିଂହ ବୋଲି ସେନା ସୂତ୍ରରୁ ଜାଣିବାକୁ ମିଳିଛି।
ସୀମା ରାସ୍ତା ସୁରକ୍ଷାରେ ରାଜେନ୍ଦ୍ର ମୁତୟନ ଥିଲେ। ଗୁରୁବାର ଅନନ୍ତନାଗ ବାଇପାସ ନିକଟରେ ଦାଙ୍କ ଦଳ ଉପରକୁ ପଥର ପିଙ୍ଗାଳୀମାନେ ପ୍ରବଳ ପଥର ମାଡ଼ କରିଥିଲେ। ଏଥିରେ ରାଜେନ୍ଦ୍ରଙ୍କ ସମେତ କେତେଜଣ ଯବାନ ଆହତ ହୋଇଥିଲେ। ଗୋଟିଏ ପଥର ଆସି ରାଜେନ୍ଦ୍ରଙ୍କ ମୁଣ୍ଡରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ସହ ୨୦ ଘଣ୍ଟାର ସଂଘର୍ଷ ପରେ ସେ ଶୁକ୍ରବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସୂଚନା ଅନୁସାରେ ତାଙ୍କ ଦଳ ଏକ ସେନା ଗାଡ଼ି ଯୋଗେ ଜାତୀୟ ରାଜପଥ-୪୪ରେ ଯାଉଥିବାବେଳେ ଅନନ୍ତନାଗ ବାଇପାସ ନିକଟରେ ପଥର ଫିଙ୍ଗାଳୀମାନେ ଘେରିଯାଇ ଗାଡ଼ି ଉପରକୁ ପ୍ରବଳ ପଥର ଓ ଢେଲା ମାଡ଼ କରିଥିଲେ। ୨୦୧୬ରେ ସେ ସେନାରେ ଯୋଗ ଦେଇଥିଲେ।

Leave A Reply