ବ୍ୟକ୍ତିଗତ ଜୀବନରେ ବାନ୍ଧବୀ ମଲାଇକା ଅରୋରାଙ୍କ ସହ ଘନିଷ୍ଠତାକୁ ନେଇ ଚର୍ଚ୍ଚାରେ ଥିବା ଅର୍ଜୁନ କପୁର ନିକଟରେ ନିଜ ଆଗାମୀ ଚଳଚ୍ଚିତ୍ରର ସୁଟିଂରେ ଯୋଗ ଦେଇଛନ୍ତି। ପାଖାପାଖି ୬ ମାସ ପରେ ସେଟ୍କୁ ଆସିଥିବା ଅର୍ଜୁନ କହିଛନ୍ତି ଜୀବନଶୈଳୀ ପରିବର୍ତ୍ତନ ହୋଇଥିବାରୁ ସେ ଖୁସି ଅଛନ୍ତି। ରାକୁଲ୍ପ୍ରୀତିଙ୍କ ସହ ଏଇ ଚଳଚ୍ଚିତ୍ରରେ କାମ କରୁଥିବାବେଳେ ଏହା ପ୍ରେମ କାହାଣୀ ଆଧାରିତ। ଗୋଆରେ ସୁଟିଂ ହେବାର ସ୍ଥିର ହୋଇଥିଲା, ମହାମାରୀ କାରଣରୁ ବର୍ତ୍ତମାନ ମୁମ୍ବଇର ଗୋରେଗାଓଁରେ ସୁଟିଂ ଚାଲିଛି। ସମସ୍ତ ପ୍ରକାର ସଚେତନତା ସହ ସୁଟିଂ ଆଗେଇ ଚାଲିଥିବାବେଳେ ଏହାର ୨ଟି ଗୀତର ସୁଟିଂ ଲଣ୍ଡନରେ ହେବାର ଯୋଜନା ରହିଛି। ତେବେ କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କହିଛନ୍ତି। n
Popular Categories



