ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅପରେସନ ସିନ୍ଦୂରରେ ସାମିଲ ଯବାନଙ୍କୁ ଭେଟି ଆଲୋଚନା କରିବା ସହ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯବାନଙ୍କୁ ସମ୍ବୋଧନ କରି ରାଜନାଥ ସିଂ କହିଛନ୍ତି ଯେ ଅପରେସନ ସିନ୍ଦୂରରେ ଆପଣ ଯାହା କଲେ ସେଥିପାଇଁ ପୁରା ଦେଶବାସୀ ଗର୍ବିତ । ଭାରତର ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ପାକିସ୍ତାନ ବଙ୍କରକୁ ଆପଣ ଯେପରି ଧ୍ୱଂସ କଲେ ଶତ୍ରୁ କେବେ ଭୁଲି ପାରିବନି । ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆପଣଙ୍କ ପାଖକୁ ଆସିଛି । ସନ୍ଦେଶ ହେଉଛି ଦେଶବାସୀ ଆପଣଙ୍କ ଉପରେ ଗର୍ବିତ ।
ଅପରେସନ ସିନ୍ଦୂର ଭାରତର ଆତଙ୍କବାଦୀଙ୍କ ବିରୋଧରେ ସବୁଠୁ ବଡ ପଦକ୍ଷେପ ହୋଇଛି । ଭାରତ ପୁରା ବିଶ୍ୱକୁ ସନ୍ଦେଶ ଦେଇଛି, ଆତଙ୍କବାଦକୁ କଦାପି ବରଦାସ୍ତ କରାଯିବନି । ଏବେ ଭାରତ ବିରୋଧରେ ଷଡଯନ୍ତ୍ର ବନ୍ଦ କରୁ ପାକିସ୍ତାନ । ପାକିସ୍ତାନ ହାତରେ ପରମାଣ ବୋମା ରହିବା ସୁରକ୍ଷିତ କି? ଆତଙ୍କବାଦ ଓ ଆଲୋଚନା ଏକା ସାଙ୍ଗରେ ଚାଲିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯଦି କଥାବର୍ତ୍ତା ହେବ କେବଳ ପିଓକେ କୁ ନେଇ । ଆମେ ପାକିସ୍ତାନର ପରମାଣୁ ବୋମା ବ୍ଲାକମେଲିଂକୁ ସହ୍ୟ କରିବୁନି ବୋଲି ଦୃଢ ଭାବରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
#WATCH | Srinagar, J&K: Defence Minister Rajnath Singh says, “The success of #OperationSindoor has made it clear to the terrorist organisations hiding in Pakistan and their masterminds that they should not consider themselves safe anywhere. They are now the target of Indian Armed… pic.twitter.com/keEfycpK5Q
— ANI (@ANI) May 15, 2025



