କମ୍ପାଉଣ୍ଡ ବିଭାଗରେ ଭାରତକୁ ରୌପ୍ୟ

0

ବର୍ଲିନ୍‍  : ଏଠାରେ ଆୟୋଜିତ ତୀରନ୍ଦାଜୀ ବିଶ୍ୱକପ୍‍ର ମହିଳା କମ୍ପାଉଣ୍ଡ ବିଭାଗରେ ଭାରତ ଦଳଗତ ରୌପ୍ୟ ପଦକ ହାସଲ କରିଛି। ତ୍ରିଷା ଦେବ, ମୁସକାନ୍‍ କିରାର ଓ ଜ୍ୟୋତି ସୁରେଖାଙ୍କୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲ୍‍ ବିଭାଗରେ ଫ୍ରାନ୍‍ସଠାରୁ ମାତ୍ର ୧ ପଏଣ୍ଟରେ ହାରି ରୌପ୍ୟ ପଦକ ଜିତିଛି। ଫ୍ରାନ୍‍ସ ଦଳରେ ସୋଫିଆ ଡୋମିମଣ୍ଡ, ଆମିଲେ ସାନ୍‍ସେନ୍‍ଟ୍‍ ଓ ସାନ୍ଦ୍ରା ହାର୍ଭେ ୨୨୯ ପଏଣ୍ଟ ପାଇ ସ୍ୱର୍ଣ୍ଣ ଜିତିଥିବା ବେଳେ ଭାରତକୁ ୨୨୮ ପଏଣ୍ଟ ମିଳିଛି। ପ୍ରଥମ ରାଉଣ୍ଡରେ ଭାରତୀୟ ତୀରନ୍ଦାଜମାନେ ୫୯ ପଏଣ୍ଟ ହାସଲ କରିଥିବା ବେଳେ ଫ୍ରାନ୍‍ସ ଦଳ ୫୭ ପଏଣ୍ଟ ପାଇଥିଲା। ତେବେ ଦ୍ୱିତୀୟ ରାଉଣ୍ଡରେ ଫ୍ରାନ୍‍ସ ଓ ଭାରତ ଉଭୟେ ୧୧୬ ପଏଣ୍ଟ ହାସଲ କରି ସମାନ ସ୍ତରରେ ରହିଥିଲେ। ଶେଷ ରାଉଣ୍ଡରେ ଭାରତକୁ ୫୯ ପଏଣ୍ଟ ମିଳିଥିବା ବେଳେ ଫ୍ରାନ୍‍ସକୁ ୬୦ ପଏଣ୍ଟ ମିଳିଥିଲା। ସୂଚନାଥାଉକି ଭାରତୀୟ ଦଳ ସେମିଫାଇନାଲରେ ତୁର୍କୀକୁ ୨୩୧-୨୩୮ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଏଥିପୂର୍ବରୁ ପ୍ରଥମ ରାଉଣ୍ଡରେ ଭାରତୀୟ ଦଳ ଗ୍ରେଟ୍‍ ବ୍ରିଟେନ୍‍କୁ ୨୨୪-୨୨୩ ପଏଣ୍ଟରେ ଓ କ୍ୱାର୍ଟର ଫାଇନାଲରେ ଆମେରିକାକୁ ୨୩୨-୨୨୮ ପଏଣ୍ଟରେ ପରାସ୍ତ କରିଥିଲା।
ଅନ୍ୟପକ୍ଷରେ ବ୍ୟକ୍ତିଗତ ବିଭାଗରେ ଅତନୁ ଦାସ, ଦୀପିକା କୁମାରୀ, ଅଭିଷେକ ବର୍ମା ଓ ତ୍ରିଷା ନୈରାଶ୍ୟଜନକ ପ୍ରଦର୍ଶନ କରି ପଦକ ଜିତିବାକୁ ସକ୍ଷମ ହୋଇପାରିନଥିଲେ।

Leave A Reply