୨ବର୍ଷ କଟକଣା ପରେ ଆଖଣ୍ଡଳମଣିଙ୍କ ପୀଠରେ ଶୁଭିଲା କାଉଡିଆଙ୍କ ବୋଲବମ ଧ୍ୱନି

ଆରଡି: ୨ବର୍ଷର କରୋନା କଟକଣା ପରେ ବାବା ଆଖଣ୍ଡଳମଣିଙ୍କ  ପୀଠରେ ଶୁଭିଲା କାଉଡିଆଙ୍କ ବୋଲବମ ଧ୍ୱନି । ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଆଜିଠୁ ମଣିବାବାଙ୍କ ପାଖରେ  କାଉଡିଆଙ୍କ ଜଳ ଲାଗି ହୋଇଛି । ଏଥିପାଇଁ ପୀଠରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାରିକେଡ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିପରି ଜଳପଥ ଓ ସ୍ଥଳପଥରେ ଆସୁଥିବା କାଉଡିଆ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ବହୁ ସଂଖ୍ୟକ ପୁଲିସ ମୃତୟନ କରାଯାଇଛି ।

prayash

ତାହାସହ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ମୁଆଁ, ତିନିତର, ଧାନଖଣିଆ ୩ଟି ନଦୀଘାଟରେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀଙ୍କୁ  ମୁତୟନ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଚାଲିଚାଲି  ଆସୁଥିବା ଅଗଣିତ କାଉଡିଆ ଭକ୍ତ ଯେପରି ଶୃଙ୍ଖଳିତ ଭାବେ ମଣିବାବାଙ୍କ ପାଖରେ ଜଳଲାଗି କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବା ନିମନ୍ତେ ଜଣେ ମ୍ୟାଜିଷ୍ଟ୍ରେଟଙ୍କ ସହ ଜଣେ ଏଏସପି, ୫ଜଣ ଡିଏସପି, ୨୫ ଆଇଆଇସି, ୫୪ଜଣ ଅଫିସରଙ୍କ ସହ ୫ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ତାହାସହ ପୀଠରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ସହ ପାନୀୟଜଳ, ସ୍ୱାସ୍ଥ୍ୟ ଆଦି ଅସ୍ଥାୟୀ ଭାବେ ୨୪ଘଣ୍ଟିଆ ପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର। ମନ୍ଦିରର ନୀତିକାନ୍ତି ଅନୁଯାୟୀ ମଣିବାବାଙ୍କର ସମସ୍ତ କରାଯିବା ସହ କାଉଡିଆଙ୍କ ଜଳଲାଗି ପାଇଁ ମନ୍ଦିର ପ୍ରାଙ୍ଗଣରେ ପ୍ରତିଷ୍ଠା ହୋଇଥିବା ଶ୍ରାବଣୀ ମହାଦେବଙ୍କ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ମନୋଜ ପାତ୍ର।

kalyan agarbati

Comments are closed.