ଆଖଣ୍ଡଳମଣିଙ୍କ ଜାଗରଯାତ୍ରାରେ ସର୍ବସାଧାରଣ ଦର୍ଶନ ପାଇଁ ବିଭିନ୍ନ ମହଲରୁ ଦାବି
ଆରଡି: ମାର୍ଚ୍ଚ ୧ରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଚଳିତବର୍ଷ ପୂର୍ବବର୍ଷ ପରି ଜାଗରଯାତ୍ରାରେ ସର୍ବସାଧାରଣ ଦର୍ଶନ ଉପରେ ରୋକ ଲଗାଇଛନ୍ତି ଜିଲାପ୍ରଶାସନ। ପ୍ରଶାସନର ଏପରି ନିଷ୍ପତ୍ତିକୁ ପୀଠର ସେବାୟତ, ବ୍ୟବସାୟୀଙ୍କଠାରୁ ଆରମ୍ଭ ଭକ୍ତ ମହାସଂଘ ପୁନଃବିଚାର ପାଇଁ ଦାବି ଉଠାଇଛନ୍ତି। ଭକ୍ତ ମହାସଂଘର କହିବା ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିରର ନିୟମ ଅନୁଯାୟୀ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଉ। ସେହିପରି ବ୍ୟବସାୟୀମାନେ କହିବା ଅନୁଯାୟୀ କରୋନାର ସଂକ୍ରମଣ ଏବେ କମ ରହିଥିବାରୁ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପୂର୍ବପରି ପର୍ଯ୍ୟଟକଙ୍କ ସମାଗମ ହେଲାଣି। ତାହାସହ କଟକଣା ମଧ୍ୟରେ ମେଳା ଓ ଯାତ୍ରାକୁ ଅନୁମତି ମିଳିଛି। ସେହିପରେ ଭାବେ ଆରଡି ପୀଠରେ ଜାଗରଯାତ୍ରାରେ ପର୍ଯ୍ୟଟକଙ୍କୁ ଅନୁମତି ମିଳିବା ଦରକାର।
Comments are closed.