www.samajalive.in
Sunday, December 7, 2025
26.1 C
Bhubaneswar

ବାତ୍ୟାର ୯ଦିନ ପରେ ବି  ବିପନ୍ନଙ୍କୁ ମିଳିଲାନି ରିଲିଫ, ଘରର ସଠିକ କ୍ଷୟକ୍ଷତି ଆକଳନ କରିବାକୁ ଦାବି

ଆରଡି: ବାତ୍ୟା ଦାନା ଚାନ୍ଦବାଲି ବ୍ଲକରେ ବ୍ଯାପକ କ୍ଷତି ଘଟାଇଥିଲା। ଏପରିକି ପବନରେ ଛପର ଘରର ବିଶେଷ କ୍ଷୟକ୍ଷତି ନହୋଇଥିଲେ ମଧ୍ଯ କ୍ଷେତରେ ଧାନଫସଲ  ଉଜାଡିଦେଇଥିଲା । ଯାହାକି ଚାଷୀମାନଙ୍କର ବର୍ଷକର ଅମଳ ହେବାକୁ ଥିବା ଧାନ ଫସଲ ଏବେ ମାଟିରେ ଲୋଟୁଛି। ବିଶେଷକରେ  ବାତ୍ୟା ପ୍ରଭାବରେ  ଲଗାଣବର୍ଷାରେ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ପଞ୍ଚାୟତର ନଦୀକୂଳିଆ ଗାଁ ସମେତ ଅନେକ ଗାଁରେ ବହୁ  କଚାଘର ଭାଙ୍ଗିଥିବା ବେଳେ ବନ୍ଯା ପାଣି ମାଡିଯାଇଥିଲା।
ଇତିମଧ୍ୟରେ ୯ଦିନ ବିତିଯାଇଥିଲେ ମଧ୍ୟ ବିପନ୍ନଙ୍କ ପାଖରେ ସାମାନ୍ଯ ଶୁଖିଲା ଖାଦ୍ଯ କିମ୍ବା  ରିଲିଫ ପହଞ୍ଚି ପାରିନଥିବା କହିଛନ୍ତି ଚାନ୍ଦବାଲି ବ୍ଲକ କଂଗ୍ରେସ ଦଳର ବରିଷ୍ଠନେତା  ଅମୀୟ ମହାପାତ୍ର,  ଦିଗମ୍ବର ଦାସ, ବୈଲୋଚନ ପଣ୍ଡାଙ୍କ ସହ ସ୍ଥାନୀୟ ନେତା ଅଶୋକ ମହାପାତ୍ର, ଆର୍ତବନ୍ଧୁ ପାଢୀ, ବିଶ୍ବଜିତ ପାଢୀ, କୈଳାସ ପାଢୀ, ମାନସ ଦାସ, ଶ୍ରୀକାନ୍ତ ପାଢୀ, ମାଳିଆ ପାଢୀଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ। ଏନେଇ ରାଜ୍ୟ ସରକାରଙ୍କୁ ଭର୍ସନା କରିଥିଲେ।  ସେହିପରି ଭାଙ୍ଗିଥିବା ଘର ସଠିକ ଆକଳନ କରି ସହାୟତା ଯୋଗାଇବା , ଚାଷୀମାନଙ୍କର ହୋଇଥିବା  ଫସଲ କ୍ଷୟକ୍ଷତି ବାବଦକୁ ଋଣ ଛାଡ ସହ ସହାୟତା ଯୋଗାଇବା ଦାବି କରିଛି କଂଗ୍ରେସ।  ଏନେଇ ଆରଡିପୀଠରେ  ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ  ଗାଁଗାଁ ବୁଲି ବାତ୍ଯା ଓ ବନ୍ଯା  ବିପନ୍ନଙ୍କୁ ଭେଟିବା ସହ  ବାତ୍ଯାରେ ହୋଇଥିବା  କ୍ଷୟକ୍ଷତି ବୁଲି ଦେଖିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories